ଭୋଟ ଦେବାକୁ ଯାଉଛନ୍ତି କି ? ଦୟାକରି ଭିତରକୁ ମୋବାଇଲ ନେଇ ଯାଆନ୍ତୁ ନାହିଁ

Odisha Hot News
1 Min Read

ଭୁବନେଶ୍ବର: ପୂର୍ବରୁ ଓଡିଶାରେ ଦୁଇଟି ନିର୍ବାଚନ ଶେଷ ହୋଇଛି। ହେଲେ ସେତେବେଳେ ମୋବାଇଲ ନେବାକୁ ବାରଣ ନ ଥିଲା। ହେଲେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଓଡିଶା ନିର୍ବାଚନ ଅଧିକାରୀ ମୋବାଇଲ କଟକଣା ଜାରୀ କରିଲେ। ଆଜି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏମ ତିରୂମାଲ ନାୟକ ବୁଥ ଭିତରକୁ ମୋବାଇଲ ନ ନେବା ପାଇଁ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଭୋଟରମାନେ ବୁଥ ଭିତରକୁ ଯିବା ପୂର୍ବରୁ ସେଠାରେ ଥିବା ଅଫିସରଙ୍କ ନିକଟରେ ତାହା ଜମା କରନ୍ତୁ। ଭୋଟ ସରିବା ପରେ ତାହା ନେଇଯାଆନ୍ତୁ ବୋଲି କୁହାଯାଇଛି। ଯଦି ସମ୍ଭବନ ଆପଣଙ୍କ ଗାଡିରେ କିମ୍ବା ଘରେ ମୋବାଇଲ ରଖି ଆସନ୍ତୁ ବୋଲି ଭୋଟରଙ୍କୁ ଅନୁରୋଧ କରାଯାଇଛି।

ସେହିପରି ବୁଥରେ ଥିବା କେବଳ ପୁଲିଂ ଅଧିକାରୀ ମୋବାଇଲ ବ୍ୟବହାର କରିପାରିବେ। ଅନ୍ୟମାନଙ୍କ ପାଇଁ କଟକଣା ରହିଛି ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀହ କହିଥିଲେ।

Share This Article