ବାଲୁଗାଁ ରେଳ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରୁ ଦୁଇ ଜଣ ମୃତ ବ୍ୟକ୍ତିଙ୍କ ଶବ ଜବତ ହୋଇଛି। କାଳିଜାଇ ଓ ଖଲ୍ଲିକୋଟ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟ୍ରାକରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାଲୁଗାଁ ରେଳ ଷ୍ଟେସନ ନିକଟରୁ ଅନ୍ୟ ଜଣଙ୍କର ମୃତ୍ ଶରୀର ଜିଆରପି ଜବତ କରିଛି।

କିନ୍ତୁ ଉଭୟଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ଜଣେ ବ୍ୟକ୍ତିଙ୍କ ମୃତ୍ ଶରୀର ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ବେଳେ ଅନ୍ୟ ଜଣଙ୍କ ଗଞ୍ଜାମ ସ୍ଥାନାନ୍ତରିତ ହେବ ବୋଲି ଆରପିଏଫ ପକ୍ଷରୁ ସୂଚନା ମିଳିଛି।

Share This Article