ବିଜେଡି ବିରୋଧରେ ଅଭିଯୋଗ କଲା ବିଜେପି, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ

Odisha Hot News
1 Min Read

ଭୁବନେଶ୍ୱର: ଆଜି ବିଜେପି ବିଜେଡି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। କେତେକ ସରକାରୀ ଅଧିକାରୀ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି କହିଛି ଯେ, ବିଜେଡିର ଲୋକସଭା ପ୍ରାର୍ଥୀନି ଶର୍ମିଷ୍ଠା ସେଠୀଙ୍କ ପିଏସ୍‌ଓ ଇତିକାନ୍ତ ଲେଙ୍କା ଜଣେ ପୋଲିସ ଅଧିକାରୀ ହୋଇ ନିଜସ୍ୱ ସାଧାଜିକ ଗଣମାଧ୍ୟମ ଆକାଉଂଟରେ ବିଜେଡିର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି। ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ କରୁଛି।

ସେହିପରି ଯାଜପୁରର ବିଇଓ ସ୍ମୃତିରେଖା ନାୟକ ନିଜ ପଦବୀର ଅପବ୍ୟବହାର କରି ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଶ୍ରୀମତୀ ନାୟକ ଦୀର୍ଘଦିନ ହେବ ଯାଜପୁରରେ କାର୍ଯ୍ୟରତ ଅଛନ୍ତି ଓ ବିଜେଡିର ପ୍ରଚାର କରୁଛନ୍ତି। ତୁରନ୍ତ ଶ୍ରୀମତୀ ନାୟକଙ୍କୁ ବଦଳି କରାଯିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡା. ବିଶ୍ୱାଳ ଦାବି କରିଛନ୍ତି।

ସେହିପରି କେନ୍ଦ୍ରାପଡା ମହାକାଳପଡାର ବିଧାୟକ ପ୍ରାର୍ଥୀ ଅତୁନ ସବ୍ୟସାଚ୍ଚୀଙ୍କ ସହିତ ମିଶି ଜଣେ ଏମବିକେ ପୁଷ୍ପାଞ୍ଜଳୀ ମହାନ୍ତି ବିଜେଡି ଦଳ ପାଇଁ ଭୋଟ ପ୍ରଚାର କରିବା ସହ ଦଳୀୟ ଚିହ୍ନ ଧରି ମହିଳାଙ୍କୁ ବୁଝାଉଛନ୍ତି। ଯାହାର ଫଟୋ ଆଜି ସିଇଓ ହସ୍ତାନ୍ତର କରାଯାଇଛି। ଯଥାଶୀଘ୍ର ପୁଷ୍ପାଞ୍ଜଳୀଙ୍କୁ ଏମବିକେ ପଦବୀରୁ ବହିଷ୍କାର କରାଯାଉ ବୋଲି ଡା. ବିଶ୍ୱାଳ ଦାବି କରିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ମହିଳାମୋର୍ଚ୍ଚା ଉପସଭାନେତ୍ରୀ ପ୍ରୀତି ପ୍ରତିଭା ଭୋଳ, ରଶ୍ମିମୟୀ ପଟ୍ଟନାୟକ, ମନୀଷା ବେହେରା, ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ସଙ୍ଗୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share This Article