ଲଖନପୁର ନୌକା ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ: ମୃତକଙ୍କ ପରିଜନଙ୍କୁ ଅନୁକମ୍ପାମୂଳକ ସହାୟତା ଘୋଷଣା

Odisha Hot News
1 Min Read

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲା ଲଖନପୁରର ଶରଧାରେ ମହାନଦୀରେ ଏକ ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହାସହିତ ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତି ଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଘଟଣା ସ୍ଥଳରେ RDC ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ SRC ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନିଖୋଜ ମାନଙ୍କୁ ଉଦ୍ଧାର କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ ଜଣ ସ୍କ୍ୟୁବା ଓ ୨ ଟି ସର୍ଚ୍ଚ କ୍ୟାମେରା ବିମାନ ଯୋଗେ ଝାରସୁଗୁଡା ପଠାଯାଉଛି।

ସୂଚନାଯୋଗ୍ୟ ଯେ, ନୌକାରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ ଖରସେନି ଅଂଚଳର ଏବଂ ବୁଲିବା ପାଇଁ ଅମ୍ବାଭୋନା ବ୍ଲକର ପଥର ସେନିକୁ ଯାଉଥିଲେ।

Share This Article