ଓଡ଼ିଶାରେ ଲୋକସଭା ଏବଂ ବିଧାନସଭାରେ ପ୍ରାର୍ଥୀ ଦେବ ଆମ ଆଦମୀ ପାର୍ଟି

Odisha Hot News
1 Min Read

ଭୁବନେଶ୍ବର: ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାରେ ଉଭୟ ଲୋକସଭା ଏବଂ ବିଧାନସଭାରେ ପ୍ରାର୍ଥୀ ଦେବ। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଆପ୍  ରାଷ୍ଟ୍ରୀୟ ନେତା ଶ୍ରୀ ସୌରଭ ଭରଦ୍ଵାଜ, ରାଜ୍ୟ ପ୍ରଭାରୀ ଶ୍ରୀ ବିରେନ୍ଦର୍ ସିଂ କାଡିଆନ। ଏଥିରେ ରାଜ୍ୟ ସଭାପତି  ଶ୍ରୀ ନିଶିକାନ୍ତ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ଦଳ କହିଛି ଯେ, ଓଡ଼ିଶାର ପରିବର୍ତ୍ତନ ପାଇଁ ସମର୍ପିତ ସମସ୍ତ ବୁଦ୍ଧିଜୀବି, ବିଭିନ୍ନ ରାଜନୈତିକ ଦଳର ନେତା ଏବଂ କର୍ମୀ, ସମାଜସେବୀ, ଆନ୍ଦୋଳନକାରୀମାନଙ୍କୁ ପାର୍ଟିରେ ଯୋଗ ଦେବାକୁ ଆହ୍ଵାନ ଦେଇଥିଲେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ସୌରଭ ଭରଦ୍ଵାଜ।

ରାଜ୍ୟରେ ବିଜେଡ଼ି ଏବଂ ବିଜେପି ମଧ୍ୟରେ ମେଣ୍ଟର ସମ୍ଭାବନା ଏବଂ ସାମ୍ପ୍ରତିକ ରାଜନୈତିକ ପୃଷ୍ଠଭୂମିରେ ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କ ନିର୍ଦ୍ଧେଶ କ୍ରମେ ସ୍ୱାସ୍ଥ୍ୟଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ସୌରଭ ଭରଦ୍ଵାଜ ଏବଂ ରାଜ୍ୟ ପ୍ରଭାରୀ ଶ୍ରୀ ବିରେନ୍ଦର୍ ସିଂ କାଡିଆନ ତିନିଦିନିଆ ଓଡ଼ିଶା ଗସ୍ତରେ ପହଞ୍ଚି ରାଜ୍ୟର ବରିଷ୍ଠ ରାଜନୈତିକ ବିଶ୍ଳେଷକ, ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବି, ବିଭିନ୍ନ ରାଜନୈତିକ ଦଳର ଅସନ୍ତୁଷ୍ଠ ରାଜନେତା ତଥା ଆପ୍ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଏବଂ ଆଲୋଚନା କରିଥିଲେ।

Share This Article