ନୂଆ କାହାଣୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ ‘ସୁନା ଝିଅ’: ପୁଣି ଜିତୁଛି ଦର୍ଶକଙ୍କ ମନ

Odisha Hot News
2 Min Read

ଭୁବନେଶ୍ଵର: ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଦର୍ଶକଙ୍କୁ କିଛି ନୂଆ ଦେଖେଇବା ପ୍ରୟାସ ସବୁବେଳେ ଜାରି ରଖିଥାଏ। ଦର୍ଶକଙ୍କ ରୁଚି ଅନୁସାରେ ସୃଜନଶୀଳତା ଦୃଷ୍ଟିରୁ ପରିକଳ୍ପନା କରି ସଫଳ ମଧ୍ୟ ହୋଇଛି। ସେହି ପରିପ୍ରେକ୍ଷୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ ‘ସୁନା ଝିଅ’ ଓଡିଆ ଦର୍ଶକଙ୍କ ସୁନା ଝିଅ ହେବାରେ ସଫଳ ହୋଇଛି।

ଗୀତାଞ୍ଜଳି ମାନସିଂହ ଏବଂ ତାଙ୍କର ତିନି ଝିଅ ପ୍ରିୟା, ପଲ୍ଲଭି ଏବଂ ପୁରଭିଙ୍କୁ ନେଇ ଏହି କାହାଣୀ ବର୍ତମାନ ଓଡିଆ ଦର୍ଶକଙ୍କ ମନ ଜିତିବାରେ ସକ୍ଷମ ହୋଇଛି। ତେବେ ଝିଅ ପ୍ରିୟାର ଓ ବିଷ୍ଣୁଙ୍କ ବିବାହ ପରବର୍ତ୍ତୀ ଯାତ୍ରାକୁ ନେଇ କାହାଣୀଟି ସଫଳତାର ସହ ଆଗେଇ ଚାଲିଛି। ଦୀର୍ଘ ୨୫ ବର୍ଷର ସଂଘର୍ଷ ପରେ ପ୍ରିୟା ବର୍ତ୍ତମାନ ଜଣେ ବ୍ଲକ ଉନ୍ନୟନ ଅଧିକାରୀ ବା ବିଡିଓ ହୋଇପାରିଛନ୍ତି କିନ୍ତୁ ଏହି ଜୀବନ ଯାତ୍ରାରେ ସେ ହରାଇଛନ୍ତି ନିଜ ପିଲାକୁ। ସେପଟେ ଅନେକ ବାଦ ବିବାଦ ଓ ଅନେକ ବିଶୃଙ୍ଖଳା ପରେ ଶେଷରେ ବିଷ୍ଣୁ ଏବଂ ପ୍ରିୟା ଏକାଠି ହୋଇଛନ୍ତି ଓ ପ୍ରିୟା ନିଜ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ଦେବରାଜ ପ୍ରିୟା ନାମରେ କିଛି ଟଙ୍କା ରୋଜଗାର କରିବାକୁ ଯୋଜନା କରିଛନ୍ତି କିନ୍ତୁ ବିଫଳ ହୋଇଛନ୍ତି ଓ ଅଜାଣତରେ ଆହତ ହୋଇଛନ୍ତି ଏବଂ ଏଥିପାଇଁ ବିଷ୍ଣୁଙ୍କ ସହ ପ୍ରିୟା କୁ ପରିବାରର ସମସ୍ତ ସଦସ୍ୟ ଦାୟୀ କରିଛନ୍ତି। ତେବେ ଦେବରାଜ ଓ ନେତ୍ରା ଦ୍ବାରା ସୃଷ୍ଟି ହେଉଥିବା ଏହି ପରି ସମସ୍ୟାର ସମାଧାନ ପ୍ରିୟା କିପରି କରିବ ତାକୁ ନେଇ କାହାଣୀର ଅଗ୍ରଗତି ହେଉଛି।

ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ, ଜୀ-ସାର୍ଥକ ସଦା ସର୍ବଦା ତାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କୁ ଦେଖାଇଛି ଆସିଛି ସେହି ପରି ଏହି କାହାଣୀ ‘ସୁନା ଝିଅ’ ଯେଉଁଥିରେ ବିଷ୍ଣୁଙ୍କ ଓ ସହ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା,ମାନ ଅଭିମାନ, ଷଡଯନ୍ତ୍ର ଓ ଭଲପାଇବା ଉପରେ ଆଧାରିତ ଏହି କାହାଣୀ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେଇଛି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Share This Article