ଭୁବନେଶ୍ବରରେ ଓଡିଶା କଂଗ୍ରେସ କରିବ ମହିଳା ସମାବେଶ ସହ ନବୀନ ନିବାସ ଘେରାଉ

Odisha Hot News
1 Min Read

ଭୁବନେଶ୍ୱର: ଆସନ୍ତାକାଲି ବୁଧବାର ଦିନ ପ୍ରଦେଶ କଂଗ୍ରେସ ଭୁବନେଶ୍ବରରେ କରିବ ବିଶାଳ ମହିଳା ସମ୍ମିଳନୀ। ଏଥିସହିତ ରାଜ୍ୟ ସରକାରଙ୍କ ବିଫଳତା ନେଇ ମହିଳାମାନେ ନବୀନ ନିବାସ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ।

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବା କଥା କହି ରାଜ୍ୟ ସରକାର ସେମାନଙ୍କୁ କେବଳ ଭୋଟ ସର୍ବସ୍ୱ ରାଜନୀତିର ଏକ ଅଂଶବିଶେଷ ରୂପେ ବିବେଚନ କରୁଥିବାରୁ ତାଙ୍କୁ କଟୁ ସମାଲୋଚନା କରିଥିଲେ ।

ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି ମହିଳାମାନଙ୍କ ପ୍ରତି ଲଗାତାର ଭାବେ ଦୀର୍ଘ ୨୪ବର୍ଷ ଧରି ହେଉଥିବା ଅନ୍ୟାୟ ବିରୁଦ୍ଧରେ ବଡ଼ ଧରଣର ଆନ୍ଦୋଳନପାଇଁ ଆହ୍ୱାନ ଦେବା ସହିତ ବୁଧବାର ଦିନ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବାଙ୍କ ଉପସ୍ଥିତିରେ ଏହି ବିଶାଳ ମହିଳା ସମାବେଶର ଆୟୋଜନ କଥା ଘୋଷଣା କରିଛନ୍ତି ।

Share This Article