ଶୀତରେ ଥରୁଛି ସାରା ଓଡିଶା, ୧୧ ଟି ସହରର ତାପମାତ୍ର ୧୦ ଡିଗ୍ରୀକୁ ହ୍ରାସ

Odisha Hot News
1 Min Read

ଭୁବନେଶ୍ବର: ଗତ କିଛିଦିନ ଧରି ରାଜ୍ୟର ତାପମାତ୍ର ହ୍ରାସ ପାଇବାରେ ଲାଗିଛି। ଫଳରେ ସଂଧ୍ୟା ହେଲେ ଚଳପ୍ରଚଳ କରିବା କଷ୍ଟ ସାଧ୍ୟ ହୋଇପଡିଛି। ଗ୍ରାମାଞ୍ଚଳରେ ସଂଧ୍ୟା ପରେ ପରେ ତାଟିକବାଟ ବନ୍ଦ ହୋଇଯାଇଛି। ସାରା ଓଡିଶାରେ ବର୍ତ୍ତମାନ ଶୀତର ଲହରୀ ଚାଲିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ ଗତକାଲି ରାତିରେ ୧୧ ଟି ସହରର ତାପମାତ୍ର ୧୦ ଡିଗ୍ରୀକୁ ହ୍ରାସ ପାଇଛି। ସେଥିମଧ୍ୟରୁ ୬ ଟି ସହରର ତାପମାତ୍ର ୯ ଡିଗ୍ରୀକୁ ଖସିଛି। ଗତକାଲି ରାତିରେ ସୁନ୍ଦରଗଡର କିରେଇରେ ତାପମାତ୍ର ସବୁଠାରୁ ସର୍ବନିମ୍ନ ଥିଲା। କିରେଇରେ ଗତକାଲି ୮. ୩ ଡିଗ୍ରୀକୁ ତାପମାତ୍ର ଖସିଥିଲା।

Share This Article