ଭୁବନେଶ୍ୱର, : ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି। ୯ ମାସ ପାଇଁ ଆବଶ୍ୟକ ଔଷଧ ଓ ଚିକିତ୍ସା ଉପକରଣ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୫ମାସ ପାଇଁ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ ସାମଗ୍ରୀ ଉପଲବ୍ଧ ରହିଛି। ଆଉ ୪ମାସ ନିମନ୍ତେ ଆସନ୍ତା ମାସ ଶେଷ ସୁଦ୍ଧା ମିଳିଯିବ ବୋଲି ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ କହିଛନ୍ତି। ସୋମବାର ରାଜ୍ୟର କରୋନା ସ୍ଥିତିକୁ ନେଇ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦତା ସମ୍ମିଳନୀରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ୧୯ର ପ୍ରତିରୋଧ ପାଇଁ ସ୍ବତନ୍ତ୍ର ଭାବେ ୬୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ନିଗମ ୩୨କୋଟି ଟଙ୍କାର ଔଷଧ ଓ ଚିକିତ୍ସା ସରଞ୍ଜାମ କ୍ରୟ କରିସାରିଛି। ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକ ଔଷଧ ଯଥା- ଆଣ୍ଟିବାୟୋଟିକ୍ସ, ଆନାଲଜେସିକ୍ସ ଓ ଆଣ୍ଟିଇନଫ୍ଲାମେଟାରି ଉପଲବ୍ଧ ରହିଛି। ଏହାବ୍ୟତୀତ ତିନି ପରସ୍ତ ସର୍ଜିକାଲ ମାସ୍କ, ଏନ୍-୯୫ ମାସ୍କ, ହ୍ୟାଣ୍ଡ୍ ସାନିଟାଇଜର, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ମହଜୁଦ ରହିଛି। ଅନୁରୂପ ଭାବେ ଆଇସିୟୁ ଭେଣ୍ଟିଲେଟର, ଅକ୍ସିଜେନ୍ କନସେନ୍ଟ୍ରେଟର୍ସ ଓ ନେବୁଲାଇଜର ଇତ୍ୟାଦି ଉପଲବ୍ଧ ରହିଛି। ଆଉ ୪ମାସ ପାଇଁ ଔଷଧ ଆମଦାନୀ ନିମନ୍ତେ ଅର୍ଡର ଦିଆଯାଇଛି। ରାଜ୍ୟରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜଠାରୁ ଆରମ୍ଭ କରି ପିଏଚ୍ସି ଓ ସବ୍ସେଣ୍ଟରକୁ ଔଷଧ ଓ ଚିକିତ୍ସା ଉପକରଣ ଯୋଗାଇ ଦିଆଯାଉଛି। ରାଜ୍ୟରେ ଔଷଧ ନିଗମର ୩୯ଟି ଗୋଦାମ ରହିଛି। ନିଗମରେ ଏବେ ୧.୧୮ କୋଟି ତିନି ପରସ୍ତ ସର୍ଜିକାଲ ମାସ୍କ, ୭୧,୮୪୩ଟି ଏନ-୯୫ ମାସ୍କ, ୬୬,୧୧୬ଟି ପିପିଇ ଓ ୪.୧୬ଲକ୍ଷ ହ୍ୟାଣ୍ଡ୍ ସାନିଟାଇଜର ରହିଥିବା ଷଡ଼ଙ୍ଗୀ କହିଛନ୍ତି। ଏବେ ପିପିଇ କିଟ୍ ମିଳିବାରେ ସମସ୍ୟା ରହିଛି। ମାତ୍ର ସରକାର ଏହି ସମସ୍ୟା ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏବେ ରାଜ୍ୟରେ ୨୯୯ ଆଇସିୟୁ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ଥିବାବେଳେ ଅତିରିକ୍ତ ୪୨୪ଟି ଅତ୍ୟାଧୁନିକ ଭେଣ୍ଟିଲେଟର ନିମନ୍ତେ ଅର୍ଡର ଦିଆଯାଇଛି। ସେଥିରୁ ୫୭ଟି ମିଳିସାରିଛି। ୭୭୦୦ ନେବୁଲାଇଜର ପାଇଁ ଅର୍ଡର ଦିଆଯାଇଥିବାବେଳେ ସେଥିରୁ ୭୨୦୦ ମିଳିସାରିଛି। ଔଷଧ ଓ ଅନ୍ୟାନ୍ୟ ଉପକରଣ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବାସହ ଏୟାର କାର୍ଗୋ ମାଧ୍ୟମରେ ବି ଆମଦାନୀ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ରାଜ୍ୟରେ ୫ମାସ ପାଇଁ ଔଷଧ, ଚିକିତ୍ସା ଉପକରଣ ଉପଲବ୍ଧ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
