ଆସିକା ଉପଖଣ୍ଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ନିର୍ମାଣଧିନ ମୁଖ୍ୟ ଫାଟକର ଛାତ ଭୁସୁଡି ମହିଳା ଶ୍ରମିକ ଆହତ

Odisha Hot News
0 Min Read

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଆସିକା ଉପଖଣ୍ଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଭାବେ ନିର୍ମାଣଧିନ ମୁଖ୍ୟ ଫାଟକ ର ଛାତ ଭୁସୁଡି ଜଣେ ମହିଳା ଶ୍ରମିକ ଆହତ ହୋଇ ଥିବାର ସୂଚନା ମିଳିଛି। ବର୍ତ୍ତମାନ ଆହତ ଶ୍ରମିକଙ୍କ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଛି।

ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକ ଏବଂ ରୋଗୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେଠାରେ ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Share This Article