ବାଲୁଗାଁ: ଟ୍ରଲରକୁ ପଛ ପଟୁ ଧକ୍କା ଦେଲା ଅଟୋ ରିକ୍ସା, ଅଟୋ ଚାଳକଙ୍କ ସମେତ ୪ ମହିଳା ଗୁରୁତର

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ୧୬ ନମ୍ବର ଜାତୀୟ ରାଜପଥ କୋତରି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୋତରି ଛକ ନିକଟରେ ଏକ ଟ୍ରଲର ଛିଡା ହୋଇରହିଥିଲା। ଏହି ସମୟରେ ଏକ ଅଟୋ ରିକ୍ସା ଆସି ଟ୍ରଲର ପଛ ପଟକୁ ଧକ୍କା ଦେଇଥିଲା। ଫଳରେ ଅଟୋ ଡ୍ରାଇଭର ସମେତ ୫ ଜଣ ଗୁରୁତର ଆହତ ହୋଇଥିଲେ। ପରେ ବାଲୁଗାଁ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରୁ ଗୁରୁତର ମାନଙ୍କୁ ଉଦ୍ଧାର କରିଥିଲା ଏବଂ ବାଲୁଗାଁ ମେଡିକାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରିଥିଲେ।

ଅଟୋ ଚାଳକ ଜଣକ ଅତି ଗୁରୁତର ଥିବାରୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇ ଥିବା ବେଳେ ଅନ୍ୟ ୪ ଜଣ ମହିଳା ଶ୍ରମିକ ଅବସ୍ଥା ଗୁରୁତର ଥିଵା ଜଣା ପଡିଛି। ଏହି ୪ ଜଣ ମହିଳା ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଥିବା ବେଳେ ସେମାନେ ଶ୍ରମିକ ଭାବେ ଧାନ ଫସଲ କାଟିବା ପାଇଁ ବାଲୁଗାଁ ଆସିଥିଲେ।

Share This Article