ଗୁଡଗାଓଁ: ଦୁନିଆଁ ରେ ସବୁ ପିଲାମାନଙ୍କ ପାଇଁ ବାପା,ମା ସବୁକିଛି । ସିଏ ଆମକୁ ଦୁନିଆଁର ଆଲୋକଦେଖାଇବା ପରେ ଚାଲିବା ଶିଖାଇଥାନ୍ତି । ଏବଂ ଦୁନିଁଆର ରିତିନୀତି , ଭଲ ,ମନ୍ଦକୁ ବୁଝାଇଥାନ୍ତି ମଧ୍ୟ । ବଡ ହେଲାପରେ କଣ କରିବା ଠିକ ଆଉ କଣ କରିବା ଭୁଲ ସେମାନେ ଆମକୁ ବତେଇଥାନ୍ତି । ଯଦି ସେହି ମାନେ ଆମ ପାଇଁ ରାକ୍ଷସ ସାଜନ୍ତି ତାହେଲେ ଆମେମାନେ କେଉଁଠି ନିଜକୁ ସୁରକ୍ଷିତ ଭାବିବୁ । କୁହାଯାଏ ମା ଯାହାର ନଥାଏ ବାପା ତାର ଭାଇ, ବନ୍ଧୁ, ମା, ସବୁ କିଛି ହୋଇଥାଏ । ସେହି ବାପା ଯଦି ନିଜ ଝିଅ ଜୀବନକୁ ଅନ୍ଧାରକୁ ନେଇଆସେ ତାହେଲେ କୈାଣସି ବାପାଙ୍କ ଉପରେ ଝିଅ ମାନଙ୍କର ଭରସା ରହିବ ନାହିଁ ।ତେବେ ଏମିତି ଏକ ବାପାର ଅଜବ କାଣ୍ଡ ଦେଖିବାକୁ ମିଳିଛି । ଆପଣ ମାନେ ଜାଣିଲା ପରେ ବିଶ୍ୱାସ କରିନପାରନ୍ତି କିନ୍ତୁ କଥାଟି ସତ ଜଣେ ବାପା ତାର ୩ ବର୍ଷୀୟ ଝିଅକୁ ଦୁର୍ଷମ କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଗୁଡ଼ଗାଓଁର ସରସ୍ୱତୀ ଏନକ୍ଲେଭ୍ କଲୋନୀରେ । ତେବେ ଗୁଡଗାଓଁ ସରସ୍ୱତୀ କ୍ଳେଭ କଲୋନୀରେ ରହୁଥିବା ଜଣେ ୩୦ ବର୍ଷିୟ ଯୁବକ ନିଜ ସ୍ତ୍ରୀ ସହ ଝଗଡା କରି ଭୁଲି ଯାଇଛି ତାର ବାପାର କତ୍ତର୍୍ବ୍ୟ । ତେବେ ଏହି ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ ସହ ଝଗଡା କରିଥିଲା । ଏହି କାରଣରୁ ପୀଡିତାଙ୍କ ମା ନିଜର ୧ ବର୍ଷର ଝିଅକୁ ନେଇ ବନ୍ଧୁଙ୍କ ଘରକୁ ନେଇ ଚାଲିଯାଇଥିଲେ । ଏବଂ ତାଙ୍କର ଆଉ ଜଣେ ୩ ବର୍ଷିୟ ବଡ ଝିଅ ଘରେ ଶୋଇଥିଲେ । ତେବେ ଝିଅକୁ ଏକଲା ଦେଖି ବାପା ଦୁର୍ଷମ କରିଥିଲା । ଅଭିଯୁକ୍ତ ଜଣେ ମିନି ଟ୍ରକ୍ ଡ୍ରାଇଭର୍ । ସେପଟେ ପୀଡ଼ିତାଙ୍କ ମାଆ ଘରକୁ ଫେରିବା ପରେ ହିଁ କଥା ବାହାରକୁ ଆସିଥିଲା । ସେ ଆସି ଦେଖିଲେ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ବିଛଣାରେ ପଡ଼ିଛି । ଝିଅ ସହ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ବାପ ଘଟନାସ୍ଥଳରୁ ଖସି ପଳାଇଥିଲେ । ପୀଡ଼ିତାଙ୍କ ମାଆ ତୁରନ୍ତ ଗୁରୁଗ୍ରାମ ପୁଲିସ ଫୋନ୍ କରି ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଗୁରୁଗ୍ରାମ ସିଭିଲ୍ ହସ୍ପିଟାଲ୍କୁ ନେଲେ । ଡାକ୍ତରୀ ମାଇନା ପରେ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହେଲା । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି। । ଅଭିଯୁକ୍ତକୁ ଗୁରୁଗ୍ରାମ ପୁଲିସ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆଇନ ବଳରେ ମାମଲା ରୁଜୁ କରାଯାଇଛି।
ବାପା ନାମରେ କଳଙ୍କ, ଝିଅକୁ ଏକଲା ପାଇ କଲା ଦୁର୍ଷମ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
