ମୁମ୍ବାଇ,୨୭/୧୧ : ଉତ୍ତରପ୍ରଦେଶର ୧୩୯୮କୃଷକଙ୍କ କରଜ ଶୁଝିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଉତ୍ତରପ୍ରଦେଶର ପାଖାପାଖି ୧୩୯୮କୃଷକଙ୍କ ପାଇଁ ୪ କୋଟି ଟଙ୍କା ଦେଇ ବିଗ୍ ବି ସେମାନଙ୍କ କରଜ ଶୁଝିଥିବା ଜଣାପଡ଼ିଛି । ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତାଙ୍କ ହାତରେ ଏହି ଶୁଭ କାମ କରାଇଛନ୍ତି ବିଗ୍ ବି । ଏ ସଂପର୍କରେ ସେ ନିଜର ଟ୍ୟୁଟରରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ କନ୍ୟା ହେଉଛି ଘରର ଲକ୍ଷ୍ମୀ ,ତେଣୁ ଲକ୍ଷ୍ମୀଙ୍କ ହାତରେ ଦାନ ଦେଲେ।
ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଓ୍ଵାନ୍ ଟାଇମ୍ ସେଟଲମେଣ୍ଟର ଡ଼ିଲ୍ କରି ସବୁ କରଜ ଏକା ସାଙ୍ଗରେ ଶୁଝିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ସହ ୭୦ଜଣ କୃଷକଙ୍କୁ ମୁମ୍ବାଇ ଆସି ବ୍ୟାଙ୍କରୁ ନିଜ କରଜ ଶୁଝା ଯାଇ ସାରିଥିବାର ପ୍ରମାଣପତ୍ର ନେବା ପାଇଁ ବିଗ୍ ବି ଆମନ୍ତ୍ରଣ କରିଥିଲେ। ବିଗ୍ ସେମାନଙ୍କ ପାଇଁ ଏକ ଟ୍ରେନ୍ ବଗି ବୁକ୍ କରଥିଲେ, ଯାହାଦ୍ୱାରା ସେମାନେ ଆରାମରେ ମୁମ୍ବାଇ ପହଞ୍ଚି ପାରିଥିଲେ । ଏହା ପୂର୍ବରୁ ବିଗ୍ ବି ମହାରାଷ୍ଟ୍ରର ୩୫୦ କୃଷକଙ୍କ କରଜ ଶୁଝି ଥିବା ବେଳେ ସହିଦ୍ ଯବାନମାନଙ୍କ ଘରକୁ ଆର୍ଥିକ ସହାୟତା ରାଶି ପଠାଇଥିଲେ । ବିଗ୍ ବି ହୋଷ୍ଟ କରୁଥିବା ରିୟାଲିଟି ସୋ’ କୌନ୍ ବନେଗା କରୋଡ଼୍ ପତିକୁ ମହାରାଷ୍ଟ୍ରର ଜଣେ କୃଷକ ଅନନ୍ତ କୁମାର ଆସିଥିଲେ । ତାଙ୍କ ଦୁଃଖ ଶୁଣିବା ପରେ କୃଷକମାନଙ୍କ କରଜ ଶୁଝିବାର ନିଷ୍ପତ୍ତି ନେବା ସହ ଦେଶବାସୀଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଅପିଲ କରିଥିଲେ ।

Whenn someone writes an articoe he/she keps the lan oof a uder iin his/her braain that how a user cann bee aaware oof it.
Thuus that’s whyy tis paragraaph iis great. Thanks! xnxx