୨୨୭ ବଣ୍ଡଲ୍ କେନ୍ଦୁପତ୍ର ବୋଝେଇ ପିକ୍ ଅପ୍ ଜବତ୍, ଚାଲାଣ କାରି ଫେରାର

Odisha Hot News
1 Min Read

କନ୍ଦର୍ପ ବେହେରା
ରେଢ଼ାଖୋଲ: ଆଜି ସକାଳେ ରେଢ଼ାଖୋଲ ବନଖଣ୍ଡ ବଡମାଳ ଗ୍ରାମରୁ ଚୋରାରେ ଚାଲାଣ ହେଉଥିବା ୨୨୭ ବଣ୍ଡଲ କେନ୍ଦୁପତ୍ର ଜବତ କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡ଼ମାଳ ଗ୍ରାମରୁ ସୋନପୁର ଜିଲ୍ଲାର ଉଲୁଣ୍ଡାକୁ ଏକ ପିକ ଅପ୍ ଭ୍ୟାନ ଯୋଗେ ଆଜି ସକାଳ ୫ଟା ରେ ବେଆଇନ କେନ୍ଦୁପତ୍ର ବୋଝେଇ ହୋଇ ଚୋରାଚାଲାଣ ହେଉଥିଲା। ଏନେଇ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ବଡ଼ମାଳ ବନ ବିଭାଗ ଷ୍ଟାଫ୍ ଓ କର୍ମଚାରୀ ଏକ ସ୍ବତନ୍ତ୍ର ଟିମ୍ ଗଠନକରି ଚୋରାଚାଲାଣ ହେଉଥିବା କେନ୍ଦୁପତ୍ର ଓ ପିକଅପ୍ ଭ୍ୟାନ କୁ ଶାଗଝୁରି ସ୍ଥିତ ରଙ୍ଗମାଟିଆ ଛକରେ ଜବତ୍ କରିବାରେ ସଫଳ ହୋଇଛି।

ବନବିଭାଗକୁ ଚକମା ଦେଇ ଚାଲାଣ କାରି ମାନେ ଘଟଣାସ୍ଥଳରୁ ଫେରାର ହୋଇଥିଲେ। ବାରମ୍ବାର ସେଇ ଅଞ୍ଚଳରୁ ଚୋରାରେ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ବନବଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଚଢଉରେ ରେଞଅଧିକାରୀ ପ୍ରଦୀପ ସେଠୀ ଓ ବନକର୍ମଚାରୀମାନେ ସାମିଲ୍ ହୋଇଥିଲେ।

Share This Article