ଓଡିଶାରୁ ବିଡା ବିଡା ଜାଲ ନୋଟ ଜବତ କଲା ଏସଟିଏଫ, ସମସ୍ତେ ତାଜୁବ

Odisha Hot News
1 Min Read

ଭୁବନେଶ୍ବର: ଆଜି ଏସଟିଏଫ ବିଡାବିଡା ଜାଲ ନୋଟ ଜବତ କରିଛି। ତେବେ ଏହା ହଜାରେ କିମ୍ବା ଦୁଇ ହଜାର ନୁହେଁ। ଏକାଥରେ ୪୧ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ଏସଟିଏଫ। ଏତେ ପରିମାଣର ଜାଲ ନୋଟ ଜବତ ହେବା ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ତେବେ ଏହି ଘଟଣାଟି ସୋନପୁର ଜିଲ୍ଲାରେ ଘଟିଛି। ସେଠାରେ ଜାଲ ନୋଟ ଧରାପଡିବା ପରେ ଏସଟିଏଫ ତାହାକୁ ଟ୍ରାକ କରୁଥିଲା। ପରେ ଜଣାପଡିଲା ଏହା ଚେର କେଉଁଠି। ଏହାପରେ ଜାଲ ନୋଟ ଛାପୁଥିବା ବ୍ୟକ୍ତିଙ୍କୁ ଏସଟିଏଫ ଗିରଫ କରିଛି। ସେ ହେଲେ ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅଧିନର ମାଟିଖାଇ ନୂଆବସ୍ତିରର ଦୀପକ ମେହେର।

ତାଙ୍କୁ ଗିରଫ କରିବା ସହିତ ଏସଟିଏଫ ଟଙ୍କା ଛପା ସଂରଜାମ ମଧ୍ୟ ଜବତ କରିଛି। ଏହି ଜାଲ ନୋଟ ବିଛାଉଥିବା ପଛରେ ଏକ ରାକେଟ କାମ କରୁଛି ବୋଲି ଏସଟିଏଫ ଅନୁମାନ କରିଛି। ଏହି ଜାଲନୋଟଗୁଡିକ ଛତିଶଗଡକୁ ପଠାଯାଉଥିଲା ବୋଲି ଅନୁମାନ କରାଯାଇଛି।

ତେବେ ଏହି ନୋଟ ପ୍ରକୃତରେ ଜାଲ କି ନାହିଁ ତାହାର ପ୍ରମାଣ ପାଇଁ ଏସଟିଏଫ ନୋଟଗୁଡିକୁ ପଶ୍ଚିମବଂଗରେ ଥିବା ଆରବିଆଇର ଟଙ୍କା ଛାପା କାରଖାନାକୁ ପଠାଯାଇଛି।

Share This Article