ଅହମଦାବାଦ: ବିସିସିଆଇ ପରିଚାଳିତ ଆଇପିଏଲ-୨୦୨୧ ବିନା ଦର୍ଶକରେ ଆୟୋଜନ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ମୁମ୍ବାଇରେ ଆସନ୍ତା ଆଇପିଏଲ ଆୟୋଜନ ବେଳେ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ମହାରାଷ୍ଟ୍ର ସରକାର ସ୍ପଷ୍ଟ କରିବା ପରେ ସମସ୍ତ ମ୍ୟାଚ ପାଇଁ ସମାନ ନୀତି ଆପଣାଇବା ସକାଶେ ପରିଚାଳନା କମିଟିର କେତେକ ସଦସ୍ୟ ମତ ଦେବା ଆରମ୍ଭ କରିଛନ୍ତି। ୨୦୨୦ ଆଇପିଏଲ ପରି ୨୦୨୧ ଆଇପିଏଲକୁ ବିଦେଶରେ ନ କରି ସ୍ବଦେଶରେ ଶେଷ କରିବା ପାଇଁ ପରିଚାଳନା କମିଯି ସଦସ୍ୟମାନେ ମତ ଦେଇଛନ୍ତି। ଏନେଇ ପରିଚାଳନା କମିଟି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଛି।
ଏଥିସହ ଆହୁରି କୁହାଯାଇଛି ଯେ ଯଦି ବିନା ଦଶର୍କରେ ଆଇପିଏଲ-୨୦୨୧ ଖେଳାଯିବ ତାହେଲେ କାହିଁକତି ଏହାକୁ ଏକାଧିକ ଷ୍ଟାଡିୟମରେ ଆୟୋଜନ କରାଯିବ ବୋଲି ପ୍ରଶ୍ନ ଉଠିଛି। କାରଣ ଖେଳାଳି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିବା ଦ୍ବାରା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଯଦି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ହୁଏ ତାହେଲେ ମ୍ୟାଚ ଖେଳିବା ପାଇଁ ଖେଳାଳିଙ୍କୁ ଗୋଟିଏ ଷ୍ଟାଡିୟମରୁ ଅନ୍ୟ ଷ୍ଟାଡିୟମକୁ ନେବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ତେଣୁ ଆସନ୍ତା ପରିଚାଳନା କମିଟି ବୈଠକରେ ଏନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତ ହେବାକୁ ଯାଉଛି।
Comment