ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

Odisha Hot News
1 Min Read

ବର୍ଷାଦିନ ଆରମ୍ଭ ହେଲେ ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ୱର ହୋଇଥାଏ। ହେଲେ ଏହି ସମୟରେ ଚା’ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ହେଲେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଚା’ ପିଇବା ଉଚିତ୍‌।

ହର୍ବାଲ ଟି
ଏଥିରେ ଥିବା ଭିଟାମିନ୍‌ ସି ଜୀବାଣୁମାନଙ୍କ ସହ ଲଢିବାରେ ସାହାଯ୍ୟ କରିଥାଏ। ତେଣୁ ବର୍ଷା ସମୟରେ ହର୍ବାଲ୍‌ ଟି ପିଇଲେ ଥଣ୍ଡା ସର୍ଦ୍ଦି ସମସ୍ୟା ଦୂର ହୋଇଥାଏ।
ଗ୍ରୀନ୍‌ ଟି
ଏଥିରେ ଥିବା ପୋଟାସିୟମ୍‌, ଆଇରନ୍‌, କ୍ୟାଲସିୟମ୍‌, ପ୍ରୋଟିନ୍‌, ଭିଟାମିନ୍‌ ସି ଓ ଏ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ।
ମସଲା ଟି
ଏହା ଶରୀରକୁ ଥଣ୍ଡା, କଫ ଓ କାଶଠାରୁ ଦୂରେଇ ରଖିଥାଏ।
ରୋଜ୍‌ ଟି
ସାଧାରଣତଃ ଗୋଲାପ ଫୁଲକୁ ଦେଖିଲେ ବା ଛୁଇଁଲେ ମନ ପ୍ରଫୁଲ୍ଲ ହୋଇଥାଏ। ତେଣୁ ବର୍ଷା ସମୟରେ ଗୋଲାପ ବା ରୋଜ୍‌ ଟି ପିଇଲେ ମନ ପ୍ରଫୁଲ୍ଲ ରହିବା ସହ ଶରୀରରୁ ଛୋଟମୋଟ ରୋଗ ଦୂରେଇ ଯାଇଥାଏ।

Share This Article