ଭୁବନେଶ୍ୱର : କରୋନା ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍ ପୁଲିସ। ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଟକ-ଭୁବନେଶ୍ବରର ସମସ୍ତ ମଲ୍ ବନ୍ଦ ରହିବ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପୁଲିସ ସହରାଞ୍ଚଳ ଆଇନ ଧାରା ୩୫ ଅନୁଯାୟୀ କମିସନର ଏହି ଆଦେଶ ଦେଇଛନ୍ତି। ଭୁବନେଶ୍ବର ଓ କଟକରେ ଥିବା ସମସ୍ତ ମଲ୍ ବନ୍ଦ ନ ରଖିଲେ ବା ନ ମାନିଲେ ଏହି ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି। ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି। ପୂର୍ବରୁ ସମସ୍ତ ସଭାସମିତି ଓ କନ୍ଫରେନ୍ସ ବନ୍ଦ କରାଯାଇଥିବା ବେଳେ ବାହାଘର ଓ ବିଭିନ୍ନ ଶୋଭାଯାତ୍ରା ପାଇଁ ଦିଆଯାଇଥିବା ଅନୁମତି ବାତିଲ କରାଯାଇଥିଲା। ଜିମ୍ ମଧ୍ୟ ବନ୍ଦ କରାଯିବା ପାଇଁ ଆଦେଶ ହୋଇଥିଲା। ଏବେ ମଲ୍ଗୁଡ଼ିକ ବନ୍ଦ ହେବାକୁ ଯାଉଛି।
କଟକ-ଭୁବନେଶ୍ବରରେ ଆଜିଠାରୁ ସବୁ ମଲ୍ ବନ୍ଦ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JohnnyGat on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- vavada_erEt on ବାଲେଶ୍ୱର ସିମୁଳିଆଥାନା ଧଉଳିଗ୍ରାମରେ ବଧୁ ଆତ୍ମହତ୍ୟା
- KadeZop on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- Williamjoria on ଅଗ୍ନିକାଣ୍ଡରେ ୮ ବଖରା ଜଳି ପୋଡ଼ି ପାଉଁଶ !
- Williamjoria on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
