ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ

Odisha Hot News
1 Min Read

ନବରଙ୍ଗପୁର : ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କଅଁର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ସକାଳୁ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି। ଘର, କାର୍ଯ୍ୟାଳୟ, ଫୁଲବାଣୀସ୍ଥିତ ଘର, ଗଜପତି ଜିଲା ପାରଳାଖେମୁଣ୍ଡିରେ ଏହି ଚଢ଼ାଉ ଜାରି ରହିଛି।
ସୂଚନାଯୋଗ୍ୟ, ଫେବୃୟାରୀ ୨୨ ତାରିଖରେ ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ହରିଜନ ନବରଙ୍ଗପୁର ଥାନାରେ ଆର୍‌ଟିଓ ତାଙ୍କଠାରୁ ୭୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ। ଏପରିକି ଫେରାଇବା ପାଇଁ କହିବାରୁ ହତ୍ୟା ଧମକ ଦେବା ପରି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଥାନାରେ ୪୮/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ଏହାକୁ ଭିତ୍ତିକରି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ମାଲକାନଗିରି ଡିଏସ୍‌ପି ଆର୍‌କେ ବିଶ୍ୱାଳ, ଜୟପୁର ଡିଏସ୍‌ପି ଏସ୍‌ଏନ୍‌ ପାଣିଗ୍ରାହୀ, ଏସ୍‌ଆଇ ଏସ୍‌ କେ ତରାଇ, ଇନ୍ସପେକ୍ଟର ଦିନବନ୍ଧୁ ବେହେରା ପ୍ରମୁଖ ସାମିଲ ଅଛନ୍ତି।

Share This Article
Leave a Comment