କଟକ: ଅଗ୍ରଣୀ ସାମଜିକ ଅନୁଷ୍ଠାନ କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶ୍ରମିକ ଦିବସ ଅବସରରେ କଲ୍ୟାଣୀନଗରସ୍ଥିତ ଗୋବିନ୍ଦ ମଣ୍ଡପଠାରେ ସିଡିଏ ୬ନଂ ସ୍ଥିତ ମଡର୍ଣ୍ଣ ଆଇ କେୟାର ଏଣ୍ଡ ସୁପର ସ୍ପେସିଆଲିଟି ହସପିଟାଲର ସହଯୋଗରେ ଏକ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଡାକ୍ତର ବିଶ୍ବଜିତ୍ ଦେ ଏବଂ ନିରଂଜନ ସାମନ୍ତରାୟଙ୍କ ଦ୍ୱାରା ଦେଢ଼ଶହରୁ ଉର୍ଦ୍ଧ୍ବ ଲୋକଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏଥି ସହିତ ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର ସଭାପତି ତଥା ସର୍ବଭାରତୀୟ ଯୁବ ଯାଦବ ସଭାପତି ଇଂ. ପ୍ରଦୀପ କୁମାର ବେହେରା, ଜୋନ-୫ର ଏସିପି ଅମରେନ୍ଦ୍ର ପଣ୍ଡା, ମଧୁପାଟଣା ଥାନା ଅଧିକାରୀ ତୁସାରକାନ୍ତ ସେଠୀ, ସମାଜସେବୀ ସମରଜିତ ବେହେରା, ବିନୋଦ କୁମାର ବେହେରା, ଶିଶିର ପରିଜା, ବିନୟ କେତନ ଚୌଧୁରୀ, ସମରେନ୍ଦ୍ର ମହାପାତ୍ର, କଲ୍ୟାଣୀ ନଗର ବଜାର କମିଟିର ସଭାପତି ବିପିନ କୁମାର ଭୋଳ ଏବଂ ବରିଷ୍ଠ ନାଗରିକ ହରିହର ସାମଲ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନର ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଶିବରଟରିକୁ କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମାଜସେବୀ ଲିପ୍ତିମୟୀ ମହାନ୍ତି ଓ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।
କଲ୍ୟାଣୀ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ନିଶୁଳ୍କ ଚକ୍ଷୁ ଶିବିର

You Might Also Like
- Advertisement -
Comment