ଇଟାମାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୋକାନକୁ ପିଟିଲା ଇନୋଭା କାର୍, ୨ ମୃତ

Odisha Hot News
1 Min Read

ନୟାଗଡ଼: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ବଜାରରେ ବଡ଼ ଧରଣର କାର ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ ଘଟିଛି। ଇଟାମାଟି ବଜାରରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇ ଦୋକାନକୁ ପିଟିଲା ଇନୋଭା କାର୍। ମହାରାଷ୍ଟ୍ର ନାଗପୁର ଅଞ୍ଚଳର ପଥଚାରୀ ଦ୍ବାରିକାପ୍ରସାଦ ଏବଂ କାର୍ ପଛରେ ବସିଥିବା ବୋଲଗଡ ଥାନା ସାଗୁରୁଗାଁ ଗ୍ରାମର ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍ ଡ୍ରାଇଭର୍ ଫେରାର୍ ରହିଛି। ଦୃତଗତି ଯୋଗୁ ବୁଲାଣି କାଟିନପାରିବାରୁ ଦୁର୍ଘଟଣା ହୋଇଥିବା ଅନୁମାନ।

ନୟାଗଡ ପଟୁ ନିଜ କାରରେ ସୂର୍ଯ୍ୟକାନ୍ତ ଗାଁକୁ ଫେରୁଥିଲେ। ଇଟାମାଟି ବଜାରରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଛିଡା ହୋଇଥ‌ିବା ଦ୍ବାରିକାନାଥଙ୍କୁ ଧକ୍କା ଦେଇ ଏକ ଇଲେକ୍ଟ୍ରୋନିକ୍ସ ଦୋକାନକୁ ଧକ୍କା ଦେଇଥିଲା। ଦ୍ବାରିକାନାଥ ଜଣେ ଟ୍ରକ୍ ଡ୍ରାଇଭର୍ ଏବଂ ସେ ସ୍ଥାନୀୟ ଏକ କବାଡିଆ ଗୋଦାମରେ ଗାଡି ଲଗାଇ ଚା ପିଇବା ପାଇଁ ବଜାରକୁ ଆସିଥିଲେ। କାର୍ ଡ୍ରାଇଭର୍ ଭୂବନାନନ୍ଦ ପ୍ରଧାନ ଦୁର୍ଘଟଣା ପରେ ଘଟଣା ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।

ସ୍ଥାନୀୟଲୋକ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନୟାଗଡ଼ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ଇଟାମାଟି ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

Share This Article