ଭଦ୍ରକ: ପିଠା କାର୍ଯ୍ୟକ୍ରମକୁ ନେଇ ବିଦ୍ରୋହ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ପିଠା କଳି ଏବେ ବାଟରେ ପଡ଼ି ଘାଟରେ ଗଡୁଛି । ଏହି ବ୍ଲକ୍ରେ ୩ପର୍ଯ୍ୟାୟରେ ହେଇଥିବା ପିଠା କାର୍ଯ୍ୟକ୍ରମରେ ୧୦ଟି ପଂଚାୟତର ସରପଂଚ ଓ ସମିତି ସଭ୍ୟଙ୍କୁ ଉପେକ୍ଷିତ କରାଯାଇଥିବା ଅଭିଯୋଗ ଆସିଛି । ଏହାର ପ୍ରତିବାଦରେ ୨ ଦିନ ଧରି ଗଣଧାରଣା ଦେବା ସହ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ କୁଶପୁତଳିକା ଦାହ କରାଯାଇଛି । ଏହା ସହ ମନ୍ତ୍ରୀ ଓ ତାଙ୍କ ଛାମୁଆ ନେତାମାନେ ପିଠା କାର୍ଯ୍ୟକ୍ରମର ଅର୍ଥକୁ ହଡ଼ପ କରିଥିବା ଅଭିଯୋଗ ଆସିଛି । ଏତିକିରେ ସରିନାହିଁ ଅଭିଯୋଗ ବ୍ଲକ୍ର ସମସ୍ତ ପଂଚାୟତର ପ୍ରତିନିଧିମାନେ ବିଡ଼ିଓଙ୍କୁ ପଂଚାୟତ କାର୍ଯ୍ୟାଳୟର ଚାବି ଦେଇଥିବା ଦେଖିବାକୁ ମିଳିଛି । ଏହାସହ ଦଳୀୟ ଭିତରେ ସରକାରଙ୍କ ଯୋଜନାକୁ ସିମିତ ରଖୁଥିବା ବେଳେ ସାଧାରଣ ଜନତା ହକ୍ ମାଗିଲେ ବିଜୁ ଯୁବ ବାହିନୀ ହତିଆର ଦେଖାଉଥିବା ଅଭିଯୋଗ ଆସିଛି । ଯଦି ପ୍ରଶାସନ ତୁରନ୍ତ ଏପରି ଦୁଷ୍ଟ ପ୍ରକୃତିର ନେତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରେ ତେବେ ଆନ୍ଦୋଳନ ଭୟାଭୟ ହେବା ନେଇ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ପିଠା କଳି ଏବେ ବାଟରେ ପଡ଼ି ଘାଟରେ ଗଡୁଛି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Justingog on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- Peteped on ଆଜିର ରାଶିଫଳ
- SaulCag on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- Josiahnib on ୪୦ ଡିଗ୍ରି ଉପରେ ୯ ସହର
- Winstonhealt on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
