ସିକ୍ୟୁରିଟି ମୁହଁରେ ଗାମୁଛା ବାନ୍ଧି ବ୍ୟାଙ୍କ ଲୁଟ୍ !

Odisha Hot News
1 Min Read


ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଥିବା ଓଡ଼ିଶା ଗ୍ରମ୍ୟ ବ୍ୟଙ୍କରୁ ଲୁଟ୍ କରିଛନ୍ତି ଲୁଟେରା । ତେବେ ଏହି ବ୍ୟାଙ୍କରୁ କେତେ ଟଙ୍କା ଲୁଟ ହୋଇଛି ତାହା ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାର୍ହି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଏହି ଲୁଟ୍ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ପଞ୍ଚାୟତ ଅଫିସର ସିକ୍ୟୁରିଟି ବଡ଼ ଶଦ୍ଦ ଶୁଣାଯାଇଥିଲା । ସିକ୍ୟୁରିଟି ଜଣକ ବାହାରକୁ ଆସି ଟର୍ଚ୍ଚ ମାରିବା କ୍ଷଣି ବାହାରେ କିଛି ଲୋକ ଦେଖାଯାଇଥିଲେ। ସେମାନେ ତା’ ଉପରକୁ ଟର୍ଚ୍ଚ ମାରିଥିଲେ। ଏବଂ ତା’ ପାଖକୁ ଆସି ବନ୍ଧୁକ ଦେଖାଇ ବ୍ୟାଙ୍କ୍ ଖୋଲିବାକୁ କହିଥିଲେ। ପରେ ସେମାନେ ଗାମୁଛାରେ ସିକ୍ୟୁରିଟିର ଗୋଡ଼ହାତ ବାନ୍ଧି ପକାଇଥିଲେ। ପରେ ବ୍ୟାଙ୍କର ପଛ ପଟ ଗ୍ରୀଲ୍ ଭାଙ୍ଗି ଭିତରେ ପଶିଥିଲେ। ତେବେ ପୁଲି ଏହି ଘଟଣାର ଛାନଭିନ୍ କରୁଛି ।

Share This Article
Leave a Comment