ଭାରତ ବନ୍ଦକୁ ସମର୍ଥନ କରିବନି ବିଜେଡ଼ି

Odisha Hot News
1 Min Read

ଭୁବନେଶ୍ବର :  ଭାରତ ବନ୍ଦକୁ ସମର୍ଥନ କରିବନି ବିଜେଡ଼ି। ବନ୍ଦ ଭିତରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବାରିପଦାରେ ବଡ଼ କାର୍ଯ୍ୟକ୍ରମ ରହିଛି। ଏଠାରେ ବିଶାଳ ରାଲି ହେବ। ଦଳୀୟ କର୍ମୀଙ୍କୁ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ।

ସିଆଇୟୁଟି ରାଜ୍ୟ ସଭାପତି ଜନାର୍ଦ୍ଦନ ପତି,ଏଆଇଟିୟୁସିର ସୌରୀବନ୍ଧୁ କର,ଟ୍ରେଡ ୟୁନିଅନ ନେତା ମହେନ୍ଦ୍ର ପରିଡ଼ା ଓ ଆଇଟିୟୁସି ନେତା ମିଳିତ ଭାବେ ନିରଞ୍ଜନଙ୍କୁ ଭେଟିଥିଲେ। ତେବେ ଏହି ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଛି କଂଗ୍ରେସ୍।

ଓଡ଼ିଶାରେ ବନ୍ଦ ପାଳନକୁ ସଫଳ କରିବା ପାଇଁ ବିଜେଡ଼ିର ସମର୍ଥନ ମଧ୍ୟ ଲୋଡ଼ିଥିଲା ଟ୍ରେଡ ୟୁନିଅନ। କିନ୍ତୁ ଏବେ ଭାରତ ବନ୍ଦକୁ ସମର୍ଥନ ନକରିବା ପାଇଁ ରୋକଠୋକ୍ ଜଣାଇ ଦେଇଛି ବିଜେଡ଼ି।

Share This Article
Leave a Comment