ଜେଏନ୍‌ୟୁ ଆକ୍ରମଣକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ୱର :ଭୁବନେଶ୍ବର: ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରେ ରକ୍ତପାତ ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସେ ଏଥିଲାଗି ଟ୍ୱିଟ୍ କରି ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଗଣତନ୍ତ୍ରଣରେ ହିଂସାର କୌଣସି ସ୍ଥାନ ନାହିଁ। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଆଇନ ଅନୁସାରେ ଦଣ୍ଡ ଦିଆଯାଉ। ଏହାସହ ଆହତ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ଏକାଧିକ ମୁଖା ପିନ୍ଧା ଦୁର୍ବୃତ୍ତ ଜେଏନ୍‌ୟୁ କ୍ୟାମ୍ପସରେ ପଶି ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜେଏନ୍‌ୟୁ ସଭାପତି ଐଶେ ଘୋଷଙ୍କ ସମେତ ୨୫ ଜଣ ଆହତ ହୋଇଛନ୍ତି।

Share This Article
Leave a Comment