ଅକ୍ଷୟଙ୍କ ପୁନର୍ବିଚାର ଆବେଦନ ଖାରଜ : ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ

Odisha Hot News
1 Min Read

ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ପୁନର୍ବିଚାର ଆବେଦନ ଖାରଜ ହୋଇଯାଇଛି। ଫଳରେ ଏବେ ଫାଶୀ ଦଣ୍ଡାଦେଶ ନିଶ୍ଚିତ ହୋଇଛି। ତେବେ ଏବେ ୪ ଦୋଷୀଙ୍କ ପକ୍ଷରୁ କ୍ୟୁରେଟିଭ୍‌ ପିଟିଶନ ଦାଖଲ କରାଯାଇପାରିବ।
ଏଥିରେ ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିବା ୧୭ଟି ମାମଲାର ଉଦାହରଣ ଦିଆଯିବ। ଏହାପରେ ରାଜକ୍ଷମା ପାଇଁ ଆବେଦନ କରାଯିବ। ସୂଚନାଯୋଗ୍ୟ, ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ନିଜକୁ ଦୂରେଇ ରଖିବାରୁ ଏହାର ଶୁଣାଣି ବୁଧବାର ବିଚାରପତି ଆର୍‌. ଭାନୁମତୀଙ୍କ ନେତୃତ୍ୱରେ ବିଚାରପତି ଅଶୋକ ଭୁଷଣ ଏବଂ ଏ.ଏସ୍‌. ବୋପନ୍ନାଙ୍କ ଦ୍ୱାରା ଗଠିତ ୩ ଜଣିଆ ଖଣ୍ଡପୀଠ କରିଛନ୍ତି।

Share This Article
Leave a Comment