ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନର ଫଳଫଳ ପ୍ରକାଶ ପାଇଛି। ତାହା ଅନୁଯାୟୀ କ୍ଷମତାସୀନ ବିଜେପି ୧୨ଟି ଆସନରେ ବିଜୟୀ ହୋଇଛି। ଅପରପକ୍ଷରେ କଂଗ୍ରେସ ୨ଟି ଏବଂ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ଏହି ବିଧାନସଭା ଉପନିର୍ବାଚନରେ ଜେଡିଏସ୍ ଖାତା ଖୋଲିପାରିନାହିଁ ।
ଦଳର ବଡ଼ ବିଜୟ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ରାଜ୍ୟର ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ବି ଧନ୍ୟବାଦ ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଆହୁରି ମଧ୍ୟ କହିଛନ୍ତି ଯେ ସେ ବିଜୟୀ ହୋଇଥିବା ୧୨ଜଣ ବିଧାୟକଙ୍କ ମଧ୍ୟରୁ ୧୧ଜଣଙ୍କୁ ନିଜ କ୍ୟାବିନେଟରେ ସ୍ଥାନ ଦେବେ। ଏସଂପର୍କରେ ସେ ୩/୪ ଦିନଭିତରେ ନୂଆଦିଲ୍ଲୀ ଯାଇ ଏହାକୁ ଅନ୍ତିମ ରୂପ ଦେବେ।
ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଆଜି ୧୫ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଛି।

Goood wway off explaining, aand pleasant piece of wreiting too obtain faacts on thhe topic off my
presenyation focus, whnich i amm goiing tto
present in school.
The design is so clean and easy to navigate. 🙌🙌🙌