ବେଙ୍ଗାଲୁରୁ,୨୧।୧୧: କର୍ଣ୍ଣାଟକର ପିଆଜ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାରଣ ଏବେ ଏଠି ପିଆଜ କିଲୋ ପ୍ରତି ଦାମ୍ ରହିଛି ୧ଟଙ୍କା। ଗତ ସପ୍ତାହେ ତଳେ ଏଠାରେ ପିଆଜ କ୍ୱିଣ୍ଟାଲ ୫ଶହ ଟଙ୍କା ଥିବା ବେଳେ ମାତ୍ର ଗୋଟିଏ ଦିନରେ ଏହା ୨ଶହ ଟଙ୍କାକୁ ଖସି ଆସିଥିଲା। ଏବେ ଶହେ ଟଙ୍କାରେ ୧କ୍ୱିଣ୍ଟାଲ ପିଆଜ ବିକ୍ରି ହେଉଥିବା ଚାଷୀ କହିଛନ୍ତି। ବିଶେଷ କରି ବେଲ୍ଗାମ, ବିଜାପୁର, ବାଗଲକୋଟ, ଧାରଓ୍ବାଡ, ହାବେରି, ଗଡଗ, ଦେବନଗରୀ, ଚିତ୍ରଦୁର୍ଗା ଆଦି ଅଞ୍ଚଳରେ ଅଧିକ ପରିମାଣରେ ପିଆଜ ଚାଷ କରାଯାଉଥିବାରୁ ଏଠାରେ ଚାଷୀ ଉଚିତ୍ ମୂଲ୍ୟ ନ ପାଇ ଏବେ ଚିନ୍ତାରେ ପଡିଯାଇଛନ୍ତି। କର୍ଣ୍ଣାଟକରୁ କେରଳ ଓ ତାମିଲନାଡୁକୁ ବହୁ ପରିମାଣରେ ପିଆଜ ବିକ୍ରି କରାଯାଏ। ହେଲେ ଏଥର ଟ୍ରକ୍ ଚଳାଚଳ ବନ୍ଦ ଥିବାରୁ ପିଆଜ ଦାମ୍ କମିଯାଇଥିବା ଚାଷୀ କହିଛନ୍ତି। ଏପଟେ ଆମଦାନୀ ଅଧିକ ହୋଇଥିବାରୁ ମୂଲ୍ୟ ହ୍ରାସ ପାଇଥିବା କୁହାଯାଉଛି। ତେଣୁ ଚାଷୀ ହାଟକୁ ପିଆଜ ନେଇ ବିକ୍ରି ପାଇଁ ଗଲେ ସୁଦ୍ଧା ତା’ର କ୍ଷେତ ଖର୍ଚ୍ଚ ତ ଦୂରର କଥା ଗାଡି ଖର୍ଚ୍ଚ ଉଠୁ ନ ଥିବା କୁହନ୍ତି।
କର୍ଣ୍ଣାଟକରେ ପିଆଜ କିଲୋ ୧ଟଙ୍କା
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
