ନୂଆଦିଲ୍ଲୀ କରୋନା ଭାଇରସ୍ରେ ବିଶ୍ବବ୍ୟାପୀ ୨୩ ଲକ୍ଷ ୫୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୧ ଲକ୍ଷ ୬୩ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଆମେରିକା ସ୍ଥିତି ଦିନକୁ ଦିନ ଅତି ଜଟିଳ ହେବାରେ ଲାଗିଛି। ଆମେରିକାରେ ମୃତ୍ୟୁସଂଖ୍ୟା ୪୦,୦୦୦ ଛୁଇଁଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୫ ହଜାରରେ ପହଞ୍ଚିଥିବା ବେଳେ ପ୍ରାୟ ୪୦ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ଆମେରିକାରେ କରୋନାର ହଟ୍ସ୍ପଟ୍ କୁହାଯାଉଥିବା ନ୍ୟୁୟର୍କରେ ଆଜି ମୃତ୍ୟୁସଂଖ୍ୟା କମ୍ ରହିଥିବା ଜଣାପଡ଼ିଛି। ନ୍ୟୁୟର୍କରେ ଆଜି ମୃତ୍ୟୁ ସଂଖ୍ୟା ୫୫୦ରେ ସୀମିତ ରହିଛି। ଗତ ୨ ସପ୍ତାହ ମଧ୍ୟରେ ଏହା ସବୁଠୁ କମ୍। ଅନ୍ୟପକ୍ଷେ ସ୍ପେନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ମୃତକଙ୍କ ସଂଖ୍ୟା ଲଗାତାର କମୁଛି। ସ୍ପେନ୍ରେ ୧ ଲକ୍ଷ ୯୫ ହଜାର ୯୪୪ ଜଣ ଭାଇରସ୍ ସଂକ୍ରମିତ ହୋଇଛନ୍ତି। ୨୦ ହଜାର ୪୫୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନ୍ରେ ୪୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତ୍ୟୁସଂଖ୍ୟା ମାସକରେ ସବୁଠୁ କମ୍। ଇଟାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୯୨୫ ଥିବାବେଳେ ମୃତ୍ୟୁସଂଖ୍ୟା ୨୩ ହଜାର ୨୨୭ରେ ପହଞ୍ଚିଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୧୯ ହଜାର ୩୨୩ରେ ପହଞ୍ଚିଛି ଏବଂ ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ୧୫ ହଜାର ୪୬୪ରେ ପହଞ୍ଚିଛି। ରୁଷ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୦୦୦ରୁ ଅଧିକ ଜଣ ଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିସହ ରୁଷ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୫୩ରେ ପହଞ୍ଚିଛି। ଦକ୍ଷିଣ କୋରିଆରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ସୁସ୍ଥ ହୋଇଥିବା ରୋଗୀ ପୁଣିଥରେ କରୋନା ପଜିଟିଭ୍ ହେବା ସଂଖ୍ୟା ଏଠାରେ ବଢ଼ିଛି। ଦକ୍ଷିଣ କୋରିଆରେ ସୁସ୍ଥ ହୋଇଥିବା ୮ ହଜାର ୪୨ ରୋଗୀଙ୍କ ମଧ୍ୟରୁ ୧୭୯ ଜଣଙ୍କ ଶରୀରରେ କରୋନା ପଜିଟିଭ୍ ଅଛି। ଅନ୍ୟପକ୍ଷେ ଚୀନ୍ର ଉହାନ୍ରୁ କରୋନା ଭାଇରସ୍ର ଉତ୍ପତ୍ତି ହୋଇଥିବାବେଳେ ଚୀନ୍ ଏବେ ଉହାନ୍କୁ ନୋ ରିସ୍କ ଏରିଆ ଘୋଷଣା କରିଛି। ଚୀନ୍ ଉହାନ୍ର ମୃତ୍ୟୁସଂଖ୍ୟାକୁ ୫୦ ପ୍ରତିଶତ ବୃଦ୍ଧି କରିବାପରେ ଏହାକୁ ଏବେ ଲୋ ରିସ୍କ ଏରିଆ ଘୋଷଣା କରିଛି। ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯୦୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ୫୧୪ ନୂଆ ମାମଲା ସ୍ପଷ୍ଟ ହୋଇଛି। କରୋନା ଯୋଗୁଁ ପାକିସ୍ତାନରେ ୧୫୯ ଜଣଙ୍କର ମୃତ୍ୟୁ ହୋଇଛି।
ମଧ୍ୟପ୍ରାଚ୍ୟରେ ସବୁଠୁ ଅଧିକ ସଂକ୍ରମଣ ଥିବା ରାଷ୍ଟ୍ର ଭାବେ ତୁର୍କୀ ଇରାନ୍କୁ ଟପିଯାଇଛି। ତୁର୍କୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୩୨୯ରେ ପହଞ୍ଚିଛି। ଇରାନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୨୧୧ ଥିବାବେଳେ ତୁର୍କୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୩୨୯ରେ ପହଞ୍ଚିଛି।

купить дизайнерскую люстру люстра потолочная дизайнерская
свадьба организация и проведение организация свадеб
Heey there! Someone iin my Faceboo gtoup sshared this wwebsite wiuth uss
soo I camee tto look iit over. I’m definitely eenjoying the
information. I’m bookmarking and will bbe tweetiing thjs too my followers!
Terrrific blog annd sulerb stylee andd design. xnxx