ଭୁବନେଶ୍ୱର :ନୂଆ ଟ୍ରାଫିକ୍ ଆଇନ୍ରେ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ନେଇ ତାତିଲେ ଜନତା। ଖୋଦ୍ ରାଜଧାନୀରେ ସରକାରୀ ଗାଡ଼ିଗୁଡ଼ିକ ଆଇନ ଖିଲାପ କରୁଥିବା ଅଭିଯୋଗ କରି ରାଜରାସ୍ତାରେ ପୁଳିସକୁ ଘେରିଥିଲେ ଲୋକେ । ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ ପୋଲିସ୍-ପବ୍ଲିକ୍ । ଟ୍ୱିନ୍ସିଟି ପୋଲିସ୍ କମିଶନର୍ କହିଛନ୍ତି ଆସନ୍ତା ମାସେ ଦିମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ କି ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ହେବନି। କିନ୍ତୁ ଟ୍ରାଫିକ୍ ନିୟମ ଉଲଂଘନର ଅନ୍ୟ ୫ଟି ଦିଗକୁ ଜଗୁଛି ପୁଲିସ ।ଆଜି ରଣକ୍ଷେତ୍ର ପାଲଟିଥିଲା ରାଜମହଲ। ମୁହାଁମୁହିଁ ହୋଇଥିଲେ ପୋଲିସ-ପବ୍ଲିକ। ପୋଲିସ ଗାଡ଼ି, ମୋ ବସ୍, ବିଏମ୍ସି ଗାଡ଼ିକୁ ଘେରି ଯାଇଥିଲେ ଉତ୍ତ୍ୟକ୍ତ ଜନତା। ଅଭିଯୋଗ, ସରକାରୀ ଗାଡ଼ି ଚଳାଉଥିବା କେଉଁ ଡ୍ରାଇଭରର ସିଟ୍ ବେଲ୍ଟ ବାନ୍ଧିନଥିଲେ ତ’ ଆଉ କାହାର ଡକ୍ୟୁମେଣ୍ଟ୍ ନଥିଲା। ମୋ ବସ୍ ଥିଲା ଓଭରଲୋଡିଂ। ଏସବୁ ବେଆଇନ କାର୍ଯ୍ୟକୁ ଦେଖି ଲୋକେ ତାତିବା ସହ ବିଦ୍ରୋହ କରିଛନ୍ତି । .ସାଧାରଣ ଲୋକଙ୍କ ଭଳି ସରକାରୀ ଗାଡ଼ି ଚାଳକଙ୍କ ବିରୋଧରେ ମଧ୍ୟ ଦଣ୍ଡବିଧାନ କରାଯାଉ ବୋଲି ଦାବି କରିଥିଲେ। ଏପରିକି ରାଜମହଲ ଓଭରବ୍ରିଜ୍ ଉପରୁ କାଚ ବୋତଲ ସହ ଢେଲା ମାଡ଼ ବି ହୋଇଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ୍କୁ ଲାଠିମାଡ଼ କରିବାକୁ ପଡ଼ିଥିଲା।ଲୋକଙ୍କ ଏ ବିଦ୍ରୋହ ଭିତରେ ଟୁଇନ୍ଟି ପୋଲିସ କମିଶନର କହିଛନ୍ତି, କେବଳ ୫ଟି ଗଫଲତି ଦେଖି ଖିଲାପକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ଦୁଇଚକିଆରେ ୩ ଜଣ ଗଲେ, ହେଲମେଟ୍ କିମ୍ବା ସିଟ୍ ବେଲ୍ଟ ପିନ୍ଧୁନଥିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ମୋବାଇଲରେ ଗପି ଗାଡ଼ି ଚଳାଉଥିଲେ ଏବଂ ରାସ୍ତାର ଭୁଲ୍ ଦିଗରେ ଗାଡ଼ି ଚଳାଇଲେ ଜରିମାନା ଆଦାୟ କରାଯାଉଛି। ତାପୁଣି ହଜାରେ ଜାଗାରେ ପୁଲିସ ୫୦୦ ଆଦାୟ କରୁଛି ବୋଲି ସିପି କହିଛନ୍ତି। ବର୍ତ୍ତମାନ ପାଇଁ ପୁଲିସ ଇନସ୍ୟୁରାନ୍ସ କିମ୍ବା ପଲ୍ୟୁସନ ସାର୍ଟିଫିକେଟ୍ ଚେକ୍ କରୁନି। ଆଇନ ଉଲ୍ଲଂଘନ କରୁଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର।
ରାଜଧାନୀରେ ଫାଇନ୍ ଯୁଦ୍ଧ: ରାଜମହଲ ଛକରେ ପୁଲିସ-ପବ୍ଲିକ ପିଟାପିଟି
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_rjEn on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- globalmarketoutlet on ଆଜିର ରାଶିଫଳ
- melbet_tdma on ସଂସାର ଉଜାଡ଼ି ଦେଲା ଘରୋଇ କଳି; ନିଷ୍ଟୁର ବାପ କିରୋସିନ ଢାଳି ଝିଅ ଉପରେ ନିଆଁ ଲଗାଇ ଦେଲା !
- 1win_yvet on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- 1win_dget on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
