କଟକର ଏସ୍‌ସିବିକୁ ଆସିବେ ଜଗା-ବଳିଆ

Odisha Hot News
1 Min Read

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଶିଶୁ ଜଗା-ବଳିଆ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମସ୍‌)କୁ ନ ଆସି କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ଆସିବେ। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ଜଗା-ବଳିଆଙ୍କୁ ଦିଲ୍ଲୀସ୍ଥିତ ଏମସ୍‌ରୁ କଟକ ଅଣାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେମାନେ ଖୁବ୍‌ ଶୀଘ୍ର ସ୍ଥାନାନ୍ତର ହେବେ। ଦିଲ୍ଲୀ ଏମସ୍‌ରେ ଦୀର୍ଘ ୨ ବର୍ଷ ଧରି ଚିକିତ୍ସିତ ହେବା ପରେ ଜଗା-ବଳିଆଙ୍କୁ ଭୁବନେଶ୍ୱର ଏମସ୍‌କୁ ସ୍ଥାନ୍ତାନ୍ତର କରିବା ପାଇଁ ଯୋଜନା ଥିଲା। ଏଥି ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା କିନ୍ତୁ ଭୁବନେଶ୍ୱର ଏମସ୍‌ କର୍ତ୍ତୃପକ୍ଷ ପ୍ରସ୍ତାବରେ ରାଜି ନଥିଲେ।

ସୂଚନାଯୋଗ୍ୟ, ଜଗା-ବଳିଆ ଗତ ଜୁଲାଇ ୧୨ରେ ଓଡ଼ିଶା ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଏଥି ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ଥିଲେ। ମାତ୍ର କିଛି ସମସ୍ୟା ଯୋଗୁଁ ଜଗାବଳିଆଙ୍କ ଆସିବାରେ ବିଳମ୍ବ ଦେଖାଯାଇଛି। ଦିଲ୍ଲୀ ଏମ୍‌ସ ପକ୍ଷରୁ ଏୟାର ଆମ୍ବୁଲାନ୍‌ସ ମଗାଯାଇଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇ ଟ୍ରେନ ଯୋଗେ ସେମାନେ ଆସିବେ ବୋଲି ପୂର୍ବରୁ କୁହାଯାଇଥିଲା। ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ଜଗା-ବଳିଆଙ୍କ ଆସିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏମସ୍‌ର ଡାକ୍ତରମାନେ ଯାହା ପରାମର୍ଶ ଦେବେ ତାକୁ ମାନି ରାଜ୍ୟ ସରକାର କାର୍ଯ୍ୟ କରିବେ।

Share This Article
Leave a Comment