ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଅଭିଯୁକ୍ତ

Odisha Hot News
1 Min Read

କଟକ : ଗତ ୬ ତାରିଖରୁ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାର ବିଚାରଧୀନ ବନ୍ଦୀ ପଶ୍ଚିମବଙ୍ଗର ଶ୍ରୀକାନ୍ତ ମହ‌ତୋ ଡ଼ିସଚାର୍ଜ ହୋଇଛନ୍ତି। ପ୍ରଥମେ ତାଙ୍କୁ ବାରଣ୍ଡାରେ ଓ ପରେ ‘ନ୍ୟୁ ମେଡିସିନ୍‌’ ବିଭାଗର ୧୦୧ ନମ୍ବର ବେଡ୍‌ରେ ରଖି ଚିକିତ୍ସା କରାଯାଉଥିଲା। ତେବେ, ସେ ରାତି ସମୟରେ ଏସ୍‌ସିବିରେ ନ ରହି ହୋଟେଲକୁ ପଳାଉଥିବା ତଥା ତାଙ୍କ ସୁରକ୍ଷା କର୍ମୀ ମଧ୍ୟ ଡ୍ୟୁଟିରୁ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ, ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଭେଙ୍କଟେସ୍‌ ଫିଲ୍ମ ପ୍ରଡ୍‌କସନ୍‌ର ମାଲିକ ଶ୍ରୀ ମହତୋ ଜେଲରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ତା ଆଜି ତାଙ୍କୁ ଡିସ୍‌ଚାର୍ଜ କରାଯାଇ ଜେଲକୁ ପଠାଇ ଦିଆଯାଇଥିବା ଏସ୍‌ସିବି ସୂତ୍ରରୁ ଜଣାପଡିଛି।

Share This Article
Leave a Comment