ଇସଲାମାବାଦ, ୨୮/୧୧ : ପାକିସ୍ତାନର ଇତିହାସରେ ପ୍ରଥମଥର ପାଇଁ ଟ୍ରାନ୍ସଜେଣ୍ଡର ମହିଳାଙ୍କୁ ମିଳିଛି ଡ୍ରାଇଭିଙ୍ଗ ଲାଇସେନ୍ସ (ଡିଏଲ୍) । ଇସଲାମାବାଦ ପୋଲିସ ପ୍ରମୁଖଙ୍କ ନିର୍ଦ୍ଦେଶ ପରେ ଇସଲାମାବାଦ ଟ୍ରାଫିକ ପୋଲିସ (ଆଇଟିପି) ଲୈଲା ଅଲ୍ଲୀ ନାମକ ଟ୍ରାନ୍ସଜେଣ୍ଡରଙ୍କୁ ଲାଇସେନ୍ସ ଉପଲବ୍ଧ କରାଇଛନ୍ତି । ଇସଲାମାବାଦ ପୋଲିସ ପ୍ରମୁଖ କହିଛନ୍ତି, ଲୈଲା ୧୫ ବର୍ଷ ଧରି ବିନା ଲାଇସେନ୍ସରେ ଗାଡି ଚଳାଉଥିଲେ । ଏନେଇ ଚର୍ଚ୍ଚା ହେବା ପରେ ଟ୍ରାନ୍ସଜେଣ୍ଡର ସମୂଦାୟର ସମସ୍ୟା ଉପରେ ଧ୍ୟାନ ଦେବେ ବୋଲି ସେ ଲୈଲାଙ୍କୁ ଆଶ୍ୱାସନା ଦେଇଥିଲେ ।
ସୂଚନାଯୋଗ୍ୟ, ବର୍ତ୍ତମାନସୁଦ୍ଧା ପାକିସ୍ତାନରେ ପାଖାପାଖି ୫୦୦,୦୦୦ ଟ୍ରାନ୍ସଜେଣ୍ଡର ବସବାସ କରୁଛନ୍ତି ।
ଡିଏଲ୍ପ୍ରାପ୍ତ ପ୍ରଥମ ପାକିସ୍ତାନୀ ଟ୍ରାନ୍ସଜେଣ୍ଡର
Leave a Comment
Leave a Comment
