ନୂଆଦିଲ୍ଲୀ : କରୋନା କବଳରେ ଏବେ ସାରା ଦୁନିଆ। ଏହି ଭାଇରସ୍ ସମ୍ପର୍କରେ ପ୍ରତ୍ୟେକ ଦିନ ନୂଆ କଥା ସାମ୍ନାକୁ ଆସୁଛି। ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ନୋଟ୍ ମାଧ୍ୟମରେ ଭୂତାଣୁ ସଂକ୍ରମିତ ହେବା ଆଶଙ୍କା ରହିଥିବା ମଧ୍ୟ କୁହାଯାଉଛି। ତେଣୁ ଲୋକେ ଟଙ୍କା କାରବାର କରିବା ସମୟରେ ସତର୍କ ରହିବା ସହ ବାରମ୍ବାର ହାତ ଧୋଇବାକୁ ଲୋକଙ୍କୁ ସଚେତନ କରାଯାଉଛି। ହେଲେ କର୍ନାଟକର ମାଣ୍ଡ୍ୟା ଜିଲା ଅଧୀନ ଚୋକ୍କନାହଲ୍ଲୀ ଗାଁରେ ଭିନ୍ନ କଥା ଦେଖିବାକୁ ମିଳୁଛି। ସେଠାରେ ଲୋକେ କରୋନା ଭୟରେ ନୋଟ୍ଗୁଡ଼ିକୁ ସାବୁନ୍ରେ ଧୋଇ ଶୁଖାଇବା ପରେ ବ୍ୟବହାର କରୁଥିବା ଜଣାପଡ଼ିଛି। ସୋସିଆଲ୍ ମିଡିଆରେ ଅନେକ ଗୁଜବ ଓ ବିଭ୍ରାନ୍ତିକର ଭିଡିଓ ସମ୍ପର୍କରେ ଜାଣିବା ପରେ ସେଠାକାର ଲୋକେ ରିସ୍କ ନ ନେଇ ଅଧିକ ସଚେତନ ରହିଥିବା ଦେଖିବାକୁ ମିଳୁଛି। ୧୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍ଗୁଡ଼ିକୁ ସେମାନେ ସାବୁନ୍ରେ ଧୋଇ ଖରାରେ ଶୁଖାଉଥିବା ଅନେକଙ୍କୁ ଚକିତ କରିଛି।
ସାବୁନ୍ରେ ଧୋଇ ଶୁଖାଇବା ପରେ ବ୍ୟବହାର ହେଉଛି ନୋଟ୍
Leave a Comment
Leave a Comment
- Advertisement -
Stay Connected
Comment
- Davidvah on ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର
- Williamchame on ଖାଇବା ପରେ କାହିଁକି ଖାଆନ୍ତି ମିଠା
- Jeremyedism on ଆସନ୍ତା ୬ ତାରିଖରେ ସୋନପୁର ଆସିବେ ପ୍ରଧାନମନ୍ତ୍ରୀ
- Edwardohielt on ଆଜିର ରାଶିଫଳ
- Anthonyitems on ପରଦାରେ ଆପତ୍ତିଜନକ ଦୃଶ୍ୟ ଦେଇ ଚର୍ଚ୍ଚାରେ ଶ୍ୱେତା ତ୍ରିପାଠୀ
