ଇସଲାମାବାଦ, ୨୮/୧୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଆଜି କରତାରପୁର କରିଡରର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାକିସ୍ତାନର ସେନା ପ୍ରମୁଖ ଜେନେରାଲ କମର ଜାେୱଦ ବାଜବା ଯୋଗ ଦେଇଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଭାରତ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ଏବଂ ହରଦୀପ ସିଂହ ପୁରୀଙ୍କୁ ପଠାଯାଇଥିବା ବେଳେ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଇମରାନଙ୍କ ନିମନ୍ତ୍ରଣ କ୍ରମେ ଏଥିରେ ଯୋଗ ଦେଇଛନ୍ତି । ପାକିସ୍ତାନର କରତାରପୁର ସାହିବ ଭାରତର ଡେରାବାବା ନାନକଠାରୁ ପାଖାପାଖି ୪ କିମିଦୂରରେ ଅବସ୍ଥିତ । ଏହି କରିଡର ଜରିଆରେ ଭାରତର ଶିଖ ଶ୍ରଦ୍ଧାଳୁଙ୍କୁ ବିନା ଭିଜାରେ କରତାରପୁର ଯିବାକୁ ସୁବିଧା ମିଳିବ । ଭାରତରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସୋମବାର କରତାରପୁର କରିଡରର ଶିଳାନ୍ୟାସ କରିଥିଲେ ।
କରତାରପୁର କରିଡରର ଶିଳାନ୍ୟାସ କଲେ ପାକ୍ ଇମରାନ
Leave a Comment
Leave a Comment
- Advertisement -
Stay Connected
Comment
- vavada_pema on ଅବକାରୀ ବିଭାଗର ଚଢାଉ: ଧଳା ପାଉଡ଼ର ଜବତ, ୨ଜଣ ଗିରଫ !
- mostbet_zser on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- mostbet_fjot on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- vivod iz zapoya v stacionare_gbKi on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- melbet_ftsr on ଲକ୍ଡାଉନ୍ରେ ଫସିଲା ପୁଅ: ୧୪୦୦କି.ମି. ସ୍କୁଟି ଚଳାଇ ଘରକୁ ଆଣିଲେ ମା’
