ବଢିଲା ଖରା ଛୁଟି ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ୨୬ ତାରିଖରେ ଖୋଲିବ

Odisha Hot News
1 Min Read

ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ବିଦ୍ୟାଳୟର ଖରାଛୁଟି ଅବଧିକୁ ବଢ଼ାଇଛନ୍ତି। ତଦନୁଯାୟୀ ସ୍କୁଲଗୁଡ଼ିକ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ରହିବ ଓ ୨୬ ତାରିଖରେ ଖୋଲିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ସୂଚନା ଦେଇଛନ୍ତି।

ପୂର୍ବରୁ ଜୁନ ୧୯ରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଖୋଲିବ ବୋଲି ଘୋଷଣା ହୋଇଥିଲା। ଏବେ ଏହି ଅବଧିକୁ ଜୁନ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ମୌସୁମୀ ଆସିବାରେ ବିଳମ୍ବ ଯୋଗୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି। ଏଣୁ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଖରାଛୁଟି ବଢ଼ାଇଥିବା ଜଣାପଡ଼ିଛି।

Share This Article
Leave a Comment