ସୋସିଆଲ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚ: ଭାଜପା ଆଗରେ

Odisha Hot News
1 Min Read

ଭୁବନେଶ୍ୱର: ଲୋକ ସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ପ୍ରଚାରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଇଣ୍ଡିଆନ୍‌ ଟ୍ରାନ୍ସପାରେନ୍ସି ରିପୋର୍ଟ ଅନୁସାରେ ଗୁଗଲ୍‌ରେ ଭାଜପା ୩୨ ପ୍ରତିଶତ ବିଜ୍ଞାପନ ଦେଇ ପ୍ରଥମ ସ୍ଥାନରେ ରହିଛି। ସେହିପରି କଂଗ୍ରେସ ଏହି ତାଲିକାରେ ୦.୧୪ ପ୍ରତିଶତ ରହିଛି। ୨୦୧୯ ଫେବୃୟାରୀ ୧୯ଠାରୁ କରାଯାଇଥିବା ଖର୍ଚ୍ଚ ସମ୍ପର୍କରେ ଏଥିରେ ତଥ୍ୟ ପ୍ରକାଶ ପାଇଛି। ଏହି ସମୟ ମଧ୍ୟରେ ରାଜନୈତିକ ଦଳ ଗୁଡ଼ିକପକ୍ଷରୁ ୩ କୋଟି ୭୬ ଲକ୍ଷ ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରାଯାଇଛି। ସେଥିମଧ୍ୟରୁ ଭାଜପା ଏକ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଗୁଗଲରେ କଂଗ୍ରେସ ବିଜ୍ଞାପନ ପାଇଁ ୫୪ ହଜାର ଶହେ ଟଙ୍କା ଖର୍ଚ୍ଚ କରିଛି। ୧୧ଟି ରାଜନୈତିକ ଦଳ ପକ୍ଷରୁ ୪ଟିର ବିଜ୍ଞାପନକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଯୋଗୁ ଗୁଗଲ୍‌ ପକ୍ଷରୁ ବ୍ଲକ୍‌ କରାଯାଇଛି। ଏହି ତାଲିକାରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦଳ ୧ କୋଟି ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଟିଡିପି ବିଜ୍ଞାପନ ଲାଗି ୮୫ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ କରିଥିବା ରିପୋର୍ଟରେ ଦର୍ଶାଯାଇଛି।

Share This Article
1,097 Comments