ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ କଲେ ରାଜ୍ୟ ସରକାର

Odisha Hot News
1 Min Read

ଭୁବନେଶ୍ୱର:  ୨୧ଜଣଙ୍କୁ ଆଇପିଏସ୍‌ ଓ ୮ଜଣଙ୍କୁ ଓପିଏସ୍‌ ସ୍ତରରେ ଅଦଳବଦଳ କରାଯାଇଛି। ସୁନିଲ ରାଏଙ୍କୁ ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜିର ଦାୟିତ୍ୱ ଦିଆଯାଇଥିବା ବେଳେ ବିନୟାନନ୍ଦ ଝା ଓଏଚଆର୍‌ସିର ନିର୍ଦ୍ଦେଶକ ହୋଇଛନ୍ତି। ସେହିପରି ସିଦ୍ଧାର୍ଥ ନରଭଣେଙ୍କୁ ଏଡିଜି ଏଚଆରପିସି, ମହେନ୍ଦ୍ର ପ୍ରତାପଙ୍କୁ ଜେଲ ବିଭାଗ ଏଡିଜି, ସଞ୍ଜୀବ ପଣ୍ଡାଙ୍କୁ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା, ଅମିତାଭ ଠାକୁରଙ୍କୁ ଆଇଜି, ଏସ୍‌ଏପି, ଏସ୍‌.ସାଇନିଙ୍କୁ ଆଇଜି ବିପିଏସ୍‌ପିଏ, ହିମାଂଶୁ ଲାଲ ଦକ୍ଷିଣ ପଞ୍ଚିମାଞ୍ଚଳ (କୋରାପୁଟ ରେଞ୍ଜ)ର ଡିଆଇଜି, ଜତିନ୍ଦ୍ର କୋଏଲଙ୍କୁ ଦକ୍ଷିଣ ପଞ୍ଚିମାଅଞ୍ଚଳ ଆଇଜି, ଆଶିଷ ସିଂଙ୍କଙ୍କୁ ଡିଆଇଜି, ଇଣ୍ଟେଲିଜେନ୍ସ ଭାବେ ଦାୟିତ୍ୱ ଦିଆଯାଇଛି।

ଏମାନଙ୍କ ବ୍ୟତୀତ ସାର୍ଥକ ଷଡଙ୍ଗୀଙ୍କୁ ରାଉରକେଲା ଏସପି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଉମାଶଙ୍କର ଦାସ୍‌ଙ୍କୁ ପୁରୀ ଏସ୍‌ପି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଗଜପତିର ଏସ୍‌ପି ଭାବେ ସାରା ଶର୍ମା, ଢ଼େଙ୍କାନାଳ ଏସ୍‌ପି ଭାବେ ଅନୁପମା ଜେମ୍ସ, ଏସ୍‌ପି, ସିଆଇଜି, କ୍ରାଇମବ୍ରାଞ୍ଚ (ଏସ୍‌ଟିଏଫ)୍‌ ଭାବେ ରାହୁଲ ପିଆର, ଦେବଗଡ଼ ଏସ୍‌ପି ଭାବେ ରାହୁଲ ଜୈନ୍‌, ଏମ୍‌-ରାୟଗଡ଼ା ଏସ୍‌ପି ଭାବେ ଶ୍ରବଣ ବିବେକ, ନବରଙ୍ଗପୁର ଏସ୍‌ପି ଭାବେ କେ.ଏନ୍‌ ଡୁଗୁଡୁ ଖୋର୍ଦ୍ଧା ଏସ୍‌ପି ଭାବେ ଅମୂଲ୍ୟ କୁମାର ଦାସଙ୍କୁ ନିୟୁକ୍ତି ଦିଆଯାଇଛି।

Share This Article
Leave a Comment