ଫୁଳବାଣୀ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । କନ୍ଧମାଳ ଜିଲ୍ଲାର ଉନ୍ନତି ପାଇଁ ୨୫୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା । ମୋଟ୍ ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି ନବୀନ । ଏଥିମଧ୍ୟରୁ ଖମନଖୋଲ-ଗାଡ଼ିମସ୍କା ରୋଡ଼ର ଉନ୍ନତି ପାଇଁ ୭ କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ବାଲିଗୁଡ଼ା ଏନଏସି ଅଞ୍ଚଳକୁ ପାଇପ୍ ପାଣି ଯୋଗାଇଦେବାକୁ ମୋଟ୍ ୮କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।କନ୍ଧମାଳ ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ଯୁବକ ଯୁବତୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ହାତ ହଲାଇ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନୀ ଦେଇଥିବା ଦେଖାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଗମନ ପୂର୍ବରୁ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ଯୁବଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ବିଜେଡି ସରକାର ଅମଳରେ ରାଜ୍ୟରେ ବିକାଶର ଚିତ୍ର ଉପସ୍ଥାପନ କରିଥିଲେ । ସେହିଭଳି ବିଜୁ ଯୁବ ବାହିନୀର ମୁଖ୍ୟ କାର୍ଯ୍ୟନିବାହୀ ଅରୂପ ମୋହନ ପଟ୍ଟନାୟକ ବିଜୁ ଯୁବ ବାହିନୀ ଗଠନର ଉଦ୍ଦେଶ୍ୟ ସଂପର୍କରେ ଉଲ୍ଲେଖ କରିବା ସହ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମରେ ସେମାନଙ୍କ ଅବଦାନ ବିଷୟରେ ବର୍ଣ୍ନନା କରିଥିଲେ ।ମୁଖ୍ୟମନ୍ତ୍ରୀ ବିଜୁ ଯୁବବାହିନୀର ବିଭିନ୍ନ କ୍ଷେତ୍ରରେ କୃତୀ ସଦସ୍ୟ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଯୁବବାହିନୀର ସ୍ୱେଚ୍ଛାସେବୀ ଦାଶରଥି ବେହେରା ଓ ଅନ୍ୟମାନେ ନିଶାମୁକ୍ତି ଓ ବୃକ୍ଷରୋପପଣ ପାଇଁ ଯୁବ ବାହିନୀ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖୀଥିଲେ । ନୃତ୍ୟାୟନ ଓ ପ୍ରିନସ ଡ୍ୟାନସ ଗ୍ରୁପର କଳାକର ମାନେ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସମେତ ଜିଲାର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଡଃ ବୃନ୍ଦା ଡି, ଆରକ୍ଷୀ ଅଧିକ୍ଷକ ପ୍ରତୀକ ସଂ, ଫୁଲବଣୀ ଉପଜିଲାପଳ ନିମାଇଁ ଚରନ ସୂତାର ଓ ଅନ୍ୟ ବରିଷ୍ଠ ଅଧିାକରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ତତ୍ୱାବଧାନ କରିଥିଲେ ।
ଏହି ଅବସରରେ ଯୁବ ବାହିନୀଙ୍କୁ ମୁଖ୍ୟମନ୍ତ୍ରୀ ଉତ୍ସାହିତ କରିବା ବିଭିନ୍ନ ପ୍ରକଳ୍ପର ଉଦଘାଟନରେ ଆପଣମାନେ ଖୁସି ତ ? ବୋଲି ପ୍ରଶ୍ନ କରିଥିଲେ ନବୀନ । ତେବେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏହି ପରିଚିତ ନାରା ଆପଣମାନେ ଖୁସି ତ ଶୁଣି ଯୁବବାହିନୀ ମଧ୍ୟ ଉତ୍ତର ରଖିଛନ୍ତି ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.