ପରକୀୟା ପ୍ରୀତି ନେଲା ଜୀବନ !

Odisha Hot News
1 Min Read

ମାଲକାନଗିରି ; ପରକୀୟା ପ୍ରୀତି ମହଙ୍ଗା ପଡିଲା , ଚାଲିଗଲା ଜୀବନ । ପରକୀୟା ପ୍ରୀତିକୁ ନେଇ ଜଣେ ଯୁବକକୁ ହତ୍ୟା କରାଯାଇଛି । ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଭେଜିଙ୍ଗିଗୁଆ ଗ୍ରାମରେ । ମୃତକ ଜଣକ ଏମପିଭି-୪ ର ନିରଞ୍ଜନ ସରକାର । ଅନ୍ୟପଟେ ନିରଞ୍ଜନଙ୍କୁ ହତ୍ୟା କରିଥିବା ସମୀର ବୈରାଗୀଙ୍କୁ ପୋଲିସ ଗିରଫ କରିଛି । ବୈରାଗୀ ନିରଞ୍ଜନକୁ ହତ୍ୟା କରିଥିବା ସ୍ୱୀକାର କରିବା ସହ କହିଛନ୍ତି,“ମୋ ସ୍ତ୍ରୀ ସହ ନିରଞ୍ଜନର ଅନୈତିକ ସମ୍ପର୍କ ଥିଲା। ସେଥିପାଇଁ ମୁଁ ତାକୁ ମାରି ଦେଲି।”
ସୂଚନାମୁତାବକ,ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିଲା। ନିରଞ୍ଜନ ଭେଜିଙ୍ଗିଗୁଆ ଗାଁରୁ ଯାତ୍ରା ଦେଖି ଫେରୁଥିବା ବେଳେ ଏମ୍ପିଭି ୩୮ ନିକଟରେ ବୈରାଗୀ ତାଙ୍କୁ ପଛପଟୁ ଛୁରୀରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ନିରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।ନିରଞ୍ଜନଙ୍କ ମୃତଦେହ ରାସ୍ତା ଉପରେ ପଡ଼ିଥିବା ବେଳେ କିଛି ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ।

Share This Article
Leave a Comment