ଷ୍ଟିଲସିଟିରେ ଫୁଟିଲା ଗୁଳି !

Odisha Hot News
1 Min Read


ରାଉଲକେଲା : ଷ୍ଟିଲସିଟିରେ ଫୁଟିଲା ଗୁଳି । ରାଉଲକେଲା ସ୍ଥିତ ସେକ୍ଟର-୧ର ଆରଏସପି କର୍ମଚାରୀଙ୍କ ଘରେ ଗୁଳିକାଣ୍ଡ । ଟଙ୍କା ପାଇଁ ଏହି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଏହି ଗୁଳିକାଣ୍ଡରେ ନୃସିଂହ ଚରଣ ସାହୁ ନାମକ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ କିଛି ବ୍ୟକ୍ତି ନୃସିଂହଙ୍କ ଘରେ ପହଞ୍ଚି ଥିଲେ ଏବଂ ସେଠାରେ କିଛି ସମୟ ଧରି ତାଙ୍କ ମଧ୍ୟରେ ବଚସା ହୋଇଥିଲା । ତା’ପରେ ସେଠାରେ ନୃସିଂହ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲେ । ଗୁଳିଟି ତାଙ୍କ ମୁଣ୍ଡରେ ବାଜିଥିଲା । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାରେ ଭର୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୁଲିସ୍ ଏହି ଘଟଣାର ସୂଚନା ପାଇଁ ସେଠାରେ କରୁଛି ଛାନଭିନ୍ କରୁଛି । ତେବେ, ଏହି ହତ୍ୟାକାଣ୍ଡର କାରଣ ଟଙ୍କା ନେଣ ଦେଣ ନେଇ ହୋଇଥିବା ପୁଲିସ୍ ସନ୍ଦେହ କରୁଛି ।

Share This Article
Leave a comment