ଚାଲିପାରୁନଥିବା ଲିପିକୁ ସହାୟ ହେବ କିଏ! – Fast News Network

Odisha Hot News
3 Min Read

[ad_1]

ଭଦ୍ରକ: ମାସେ ନୁହେଁ କି ବର୍ଷେ ନୁହଁ, ଦୀର୍ଘ ଦେଢବର୍ଷ ତଳେ ଜଣେ ଭୂମିହୀନ ଦିନ ମଜୁରିଆର ପତ୍ନୀ ଗର୍ଭବତୀ ଥାଇ ୭୫ ଭାଗ ପୋଡିଯିବା ପରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସହାୟତା ମାଗି କେବଳ ପ୍ରତିଶ୍ରୁତିରେ ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ଦହଗଞ୍ଜ ହୋଇ ଚାଲିନପାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଗରିବ ଲୋକଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଜରିଆରେ ସହାୟତାର ରାଶି ମଂଜୁର କରିଥିବାବେଳେ ଏହି ନିରାଶ୍ରୟ ପରିବାରଟି ରାଜନେତାଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ଦୌଡି ନିରାଶ ହେବା ଘଟଣା ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ପରିହାସ କରିଛି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ବାଂଶଡା ପଞ୍ଚାୟତର ବିଜିପୁର ନିବାସୀ ସରୋଜ ଭଳ ଜଣେ ଦିନ ମଜୁରିଆ । ଗତ ୨୦୨୦ ଡିସେମ୍ବର ୨୨ ତାରିଖ ଦିନ ତାର ଗର୍ଭବତୀ ପତ୍ନୀ ଲିପି ଭଳ (୨୬) ଝାଟିମାଟି ଘରେ ରୋଷେଇ କରୁଥିବା ଅବସ୍ଥାରେ ଶାଢୀରେ ନିଆଁ ଲାଗି ଶରୀରର ୭୫ ଭାଗ ପୋଡିଯାଇଥିଲା । ତାକୁ ମୂମୁର୍ଷ ଅବସ୍ଥାରେ ପ୍ରଥମେ ଧାମରା ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ତାର ଗୁରୁତର ଅବସ୍ଥା ଯୋଗୁଁ ଡାକ୍ତରମାନେ କଟକ ସ୍ଥାନାନ୍ତର କରିôଥଲେ । ମାତ୍ର ତାର ସ୍ୱାମୀ ଅଧିକ ଚିକିତ୍ସା ପାଇଁ କଟକର ଲିପ୍‌ସା ହସ୍‌ପିଟାଲକୁ ନେଇ ଦୀର୍ଘଦିନର ଚିକିତ୍ସା ପରେ ଅସ୍ତ୍ରୋପଚାର ଜନିତ ଉନ୍ନତ ମାନର ଚିକିତ୍ସାରୁ ବଂଚିତ ହୋଇ ଘରକୁ ନେଇଆସିଥିଲା । ସେହି ସମୟରୁ ଲିପି ଏଯାବତ୍ ଚଳନକ୍ଷମ ହୋଇପାରୁନାହିଁ । ଇତିମଧ୍ୟରେ ଲିପିର ଚିକିତ୍ସାରେ ସ୍ୱାମୀ ସରୋଜ ଘରର କଂସାବାସନ ଓ ଧାର କରଜ କରି ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ସେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲା ।
ଲିପିର ୮ ବର୍ଷର କନ୍ୟା ମାମୁନି ତୃତୀୟ ଶ୍ରେଣୀରେ ପଢୁଥିବାବେଳେ ମା’ର ସମସ୍ତ ଦୈନନ୍ଦିନ କାର୍ଯ୍ୟ କରୁଥିବା ଯୋଗୁଁ ପାଠରେ ଡୋରି ବନ୍ଧା ଅବସ୍ଥା ଆସିଗଲାଣି । ଲିପିର ଚିକିତ୍ସା ମଧ୍ୟରେ ଅସ୍ତ୍ରୋପଚାର କରି ଡାକ୍ତରମାନେ ଜନ୍ମ କରାଇଥିବା ପୁତ୍ର ସନ୍ତାନଟି ମା’ କ୍ଷୀର ଅଭାବରୁ ଏବେ ଦେଢବର୍ଷର ଥାଇ ମା’ର ସମସ୍ତ ଲାଳନ ଓ ପାଳନରୁ ବଂଚିତ ହୋଇଛି । ଲିପି ଶରୀରର ପଛପଟ ବେକପାଖରୁ ଜଂଘ ପର୍ଯ୍ୟନ୍ତ ପୋଡିଯାଇଥିବାରୁ ଅସ୍ତ୍ରୋପଚାର ଜନିତ ଉନ୍ନତ ଚିକିତ୍ସା ଅଭାବରୁ ସେ ଚଳନକ୍ଷମ ହୋଇପାରୁନାହିଁ । ଦୀର୍ଘସମୟ ଶଯ୍ୟାଶାୟୀ ଥାଇ ମଝିରେ ମଝିରେ ତାକୁ ତାର ପରିବାର ଲୋକେ କାନ୍ଥକୁ ଆଉଜାଇ ବସାଉଛନ୍ତି । ତେବେ ତାର ସଂପୂର୍ଣ୍ଣ ସୁସ୍ଥତା ନେଇ ସ୍ୱାମୀ ସରୋଜ ସ୍ଥାନୀୟ ସରପଞ୍ଚ ଦୀପକ କୁମାର ଦାସ, ତତ୍‌କାଳୀନ ଚେୟାରମେନ୍ ମାନସୀ ସାହୁ ଓ ବର୍ତ୍ତମାନର ଜିଲା ପରିଷଦ ସଭ୍ୟ ତାଙ୍କ ସ୍ୱାମୀ ରଂଜନ ସାହୁଙ୍କ ସମେତ ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ପାଇଚାଲିଛି । କେହିବି ତାର ଉଜୁଡା ସଂସାର ପ୍ରତି ଆଖିଟେକି ସହାୟତାର ହାତ ବଢାଉନାହାଁନ୍ତି । କେବଳ ଯାହା ‘ସର୍ଭିସ୍ ଇଜ୍ ଗଡ’ ନାମକ ଏକ ସେବା ସଂସ୍ଥା ତାଙ୍କୁ ୧୦ ହଜାର ୧ ଶହ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଇତିମଧ୍ୟରେ ସ୍ୱାମୀ ସରୋଜ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ସହରର ବାଙ୍କା ବଜାରରେ ଥିବା ନାରୀଶକ୍ତି ମିଶନର ନିର୍ଦ୍ଦେଶିକା ମାମୁନି ଘଡେଇଙ୍କ ନିକଟରେ ଆଜି ଲିପିକୁ ନେଇ ପହଞ୍ôଚଛି । ଏବଂ ନାରୀଶକ୍ତି ମିଶନ ପକ୍ଷରୁ ମାମୁନି ଘଡେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ରଖାଇ ଲିପିର ଚିକିତ୍ସା ନିମନ୍ତେ ଜିଲାପାଳଙ୍କ ଦ୍ୱାରସ୍ଥ ହେବାର ସୂଚନା ମିଳିଛି ।

[ad_2]

Source link

Share This Article