କଳାହାଣ୍ଡି: ପୁଣି ଶିଶୁକନ୍ୟାକୁ ବଳି । ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ମୃତ ଶିଶିକନ୍ୟା ଜଣଙ୍କ ହେଲେ ଇନ୍ଦୁ ମାଝୀ (୪ ବର୍ଷ) । ଘର ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ବନ୍ଧପାରି ପଞ୍ଚାୟତ ବାଲିସରା ଗାଁର । ମୃତ ଶିଶୁକନ୍ୟା ବାପା ହେଲେ ସାନ୍ଦୁର ମାଝୀ । ସୂଚନାମୁତାବକ, ଗତକାଲି ସାନ୍ଦୁରଙ୍କ ବଡ଼ଶଳା ଖିରସା ମାଝୀଙ୍କ ସ୍ତ୍ରୀ ତିଳ ମାଝୀ ଆତ୍ମହତ୍ୟା କରିବା ଖବର ପାଇ ସାନ୍ଦ୍ରୁ ଓ ତାଙ୍କ ସ୍ତ୍ରୀ ମାତି ମାଝୀ ସ୍ଥାନୀୟ ମାଟିଖଳା ଗାଁକୁ ଯାଇଥିଲେ । କିନ୍ତୁ ରାତି ିଅନେକ ହେବାରୁ ଘରକୁ ଫେରିପାରନଥିଲେ । ତେବେ ଘରେ ସାନ୍ଦୁରଙ୍କ ୨ପୁଅ ଓ ଗୋଟିଏ ଝିଅ ରହିଥିଲେ । ତେବେ ବାପା-ମା ଘରକୁ ଘେରିନଥିବାର ଦେଖି ପିଲାମାନେ ଖାଇପିଇ ରାତିରେ ଶୋଇପଡିଥିଲେ । ତେବେ ରାତିରେ ଯେତେବେଳେ କୃଷ୍ଣର ନିଦ ଭାଙ୍ଗିଲା ସେତେେଳେଳକୁ ଭଉଣି ଇନ୍ଦୁ ଘରେ ନଥିଲା । ତାପରେ କୃଷ୍ଣ ଭଇଣୀକୁ ନପାଇ ସାଙ୍ଗେ ସାଙ୍ଗେ ପଡିଶା ଘରର ସାଙ୍ଗ ମୁନା ମାଝୀ ଡାକି ଆଖପାଖା ଖୋଜାଖୋଜି କରିଥିଲେ । କିନ୍ତୁ ଇନ୍ଦୁଙ୍କୁ ପାଇନଥିଲେ । ବୁଧବାର ଦିନ ଝିଅର ହଜିଯିବା ଖବରପାଇ ବାପା –ମା ଥାନାରେ ଅଭିଯୋଗ କରିଥିଲେ । ତେବେ ସକାଳୁ ଗାଁ ମୁଣ୍ତ ରାସ୍ତା କଡ଼ରେ ଇନ୍ଦୁର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଖବର ମିଳିଥିଲା। ଖବରପାଇ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଘଟଣାସ୍ଥଳରେ ଏସପି ମନୋଜ ମହନ୍ତ ଓ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ବର ଭୋଇ ମଧ୍ୟ ପହଞ୍ଚିଥିବାବେଳେ ସନ୍ଧାନୀ କୁକୁରର ମଧ୍ୟ ସହାୟତା ନେଇଥିଲା ପୁଲିସ। ଘର ବାଡିପଟୁ କେହି ଦୁର୍ବୃତ୍ତ ପଶି ଇନ୍ଦୁକୁ ଉଠାଇ ନେଇଥିବା ସ୍ପଷ୍ଟ ହୋଇଥିଲା। ଏ ନେଇ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତ ପରେ ଇନ୍ଦୁକୁ ଗୁଣି ଗାରେଡ଼ି ଯୋଗୁଁ ହତ୍ୟା କରାଯାଇଥିବା କିମ୍ବା ବଳି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।
ବିଜ୍ଞାନ ଉପରେ ଭାରି ପଡିଲା ଅନ୍ଧବିଶ୍ୱାସ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
