ମୋଚି ଛକ-ଭଦ୍ରକାଳୀ ବିପର୍ଯ୍ୟସ୍ତ ରାସ୍ତାକୁ ଗୁରୁତ୍ୱ ଦେଉ ନାହିଁ ପ୍ରଶାସନ

Odisha Hot News
3 Min Read

[ad_1]

ଭଦ୍ରକ: ଭଦ୍ରକ କଚେରୀ ବଜାର ମୋଚି ଛକ ଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏସମ୍ପର୍କରେ ସ୍ଥାନୀୟ ଜନସାଧାରଣ, କଂଗ୍ରେସ ବହୁବାର ଉକ୍ତ ରାସ୍ତାର ପୁନରୁଦ୍ଧାର ଦାବିରେ ସ୍ମାରକପତ୍ର୍ର ପ୍ର୍ରଦାନ କରାଯାଇଛି । କିନ୍ତୁ ଆଜି ପର୍ଯ୍ୟ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । ଉକ୍ତ ରାସ୍ତାର ପୁନରୁଦ୍ଧାର ଦାବିରେ ପୂର୍ବ ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ୧୩ ତାରିଖ ପୁରୁଣାବଜାର ତିନି ଛକି ଠାରେ ଭଦ୍ରକ କଂଗ୍ରେସ ପକ୍ଷରୁ ରାସ୍ତରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇ ଥିଲା । ଏହି ରାସ୍ତାରୋକ ଆନ୍ଦୋଳନ ଦୀର୍ଘ ୬ଘଣ୍ଟା ଧରି ଚାଲିଥିବାବେଳେ, ସେଠାରେ ଭଦ୍ରକ ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହିତ ଉକ୍ତ ରାସ୍ତାରେ ଥିବା ସରକାରୀ ଜମି ଚିହ୍ନଟ ସହିତ ଜବରଦଖଲ ଉଛେଦ କରାଯିବ ଓ ଦିନ ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଇତିମଧ୍ୟରେ ଏକ ମାସରୁ ଉର୍ଦ୍ଧ୍ୱ ସମୟ ବିତିଯାଇଛି । ତହସିଲଦାରଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଛି । ଏହାର ପ୍ରତିବାଦରେ ଆଜି ଭଦ୍ରକ ଟାଉନ କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଚରମପତ୍ର ପ୍ରଦାନ କରାଯାଇଛି । ଯଦି ୧୫ ଦିନ ମଧ୍ୟରେ ପ୍ର୍ରଶାସନ ନିଜର ପ୍ରତିଶ୍ରୁତି ରକ୍ଷା କରି କାର୍ଯ୍ୟ ଆରମ୍ଭ ନକରେ, ତେବେ କଂଗ୍ରେସ ପକ୍ଷରୁ କଚେରୀ ବଜାର ରାସ୍ତାକୁ ଅବରୋଧ କରାଯିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଭଦ୍ରକ ବିଧାନସଭା କଂଗ୍ର୍ରେସ ନେତା ନଳିନୀ ମହାନ୍ତି ଚେତାବନୀ ଦେଇଛନ୍ତି । ଏହା ସତ୍ତ୍ୱେ ଯଦି ପ୍ରଶାସନ ଉକ୍ତ ଦାବିକୁ ଅଣଦେଖା କରେ କଂଗ୍ରେସ ଜାତୀୟ ରାଜପଥ ଅବରୋଧ କରିବାକୁ ପଛାଇବ ନାହିଁ ବୋଲି ଶ୍ର୍ରୀ ମହାନ୍ତି କହିଛନ୍ତି । ଶାସକ ଦଳର କିଛି ନେତାଙ୍କ ପାଇଁ ଉକ୍ତ ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି ବୋଲି ଶ୍ର୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଉକ୍ତ ଚରମପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ ସଭାପତି ଅବଦୁଲ ମୋକିତ ଖାଁ, ଅଶ୍ରଫ ଅଲ୍ଲୀ ଖାନ, ରାଜନ ଲାହା, ବିଜୟ ବାରିକ, ତନଭିର ଖାନ, ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲ୍ଲିୟାସ ଅଲ୍ଲୀ ଖାନ, ରଂଜନ ଜେନା, କୟୁମ ଅଲ୍ଲୀ ଶାହା, ଟୋନୀ ଅଲ୍ଲୀ, ମତଲୁବ ଅଲ୍ଲୀ ଖାନ, ଇମ୍ରାନ ଆଲାମ, ସୁଲେମାନ ଖାନ, ସେକ ତାହେର ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଉକ୍ତ ରାସ୍ତାର ଦୂରାବସ୍ତା ନେଇ କଂଗ୍ରେସ ବହୁ ପୂର୍ବରୁ ଆନ୍ଦୋଳନ କରି ଆସୁଛି । ୨୦୧୮ ମସିହା ଅଗଷ୍ଟ ମାସ ୧ତାରିଖ ହଳଦିଡିହ ବାଇପାସ ଠାରେ ଏହି ଦାବିରେ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରାଯାଇଥିଲା । ପ୍ରଶାସନ ୨ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପାଳନ ହୋଇ ନାହିଁ । ଏହି ରାସ୍ତାର ବହୁ ସ୍ଥାନ ଜବରଦଖଲକାରୀଙ୍କ ଅଧିନରେ ରହିଛି । ତେଣୁ ଜବରଦଖଲ ଉଛେଦ କରି ସରକାରୀ ରାସ୍ତା ଚିହ୍ନଟ କରିବା ସହ ରାସ୍ତାର ପ୍ରଶସ୍ତିକରଣ ଓ ସ୍ଥାୟୀ ନିର୍ମାଣ ପାଇଁ ଦାବି କରିଥିଲେ ନଳିନୀ ମହାନ୍ତି । ତାଳିପକା କାମ କରି ଉକ୍ତ ରାସ୍ତା ନାମରେ ଲକ୍ଷଲକ୍ଷ ଟଙ୍କା ଚଳୁ କରାଯାଉଥିବା ସେ ଅଭିଯୋଗ କରିଥିଲେ ।ସେହିପରି ପରବର୍ତ୍ତୀ ସମୟରେ ଉକ୍ତ ରାସ୍ତାର ନିର୍ମାଣ ଦାବିରେ କଂଗ୍ରେସ ପକ୍ଷରୁ ବହୁବାର ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ଏପରିକି ଗତ ମାସ ୧୩ ତାରିଖ ପୁରୁଣାବଜାର ତିନିଛକି ଠାରେ ରାସ୍ତାରୋକ ହୋଇଥିଲା । ତେବେ ଉକ୍ତ ରାସ୍ତାର ପୁନରୁଦ୍ଧାର କରାଯିବାକୁ ସବୁ ମହଲରୁ ଦାବି ହୋଇଛି ।

[ad_2]

Source link

Share This Article