ଭୁବନେଶ୍ୱର: ନବରତ୍ନ କେନ୍ଦ୍ରୀୟ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ଆଜି ଏହାର ଭୁବନେଶ୍ୱର ସ୍ଥିତ ଅନୁସନ୍ଧାନ ଏବଂ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର(NRTC) ଠାରେ୨୪ତମ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ପାଳନ କରିଅଛି। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେଶିବନ୍,ଆଭସୀ ମାଧ୍ୟମରେ ଏହି ଉତ୍ସବରେମୁଖ୍ୟବକ୍ତା ଭାବେ ଯୋଗଦେଇ ଏକ ସ୍ଥିର ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ବିଷୟବସ୍ତୁ ଉପରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିଥିଲେ। ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର ଅଭିଭାଷଣ ପ୍ରଦାନ କରିଥିବା ବେଳେ, ଶ୍ରୀମନସା ପ୍ରସାଦ ମିଶ୍ର, ନିର୍ଦ୍ଦେଶକ (ପି.ଆଣ୍ଡ.ଟି) ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।। ଏହି କାର୍ଯ୍ୟକ୍ରମଟିରେ ଅଫଲାଇନ୍ ଏବଂ ଅନଲାଇନ୍ ମାଧ୍ୟମରେ ନାଲକୋର ସମସ୍ତ ୟୁନିଟ୍ ତଥା ଦେଶରେ ଅବସ୍ଥିତ କମ୍ପାନୀର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକର କର୍ମଚାରୀମାନେ ଯୋଗଦେଇଥିଲେ।
ନାଲକୋରେ ୨୪ ତମ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ପାଳିତ – Fast News Network
You Might Also Like
- Advertisement -

Comment