ସାଇକଲ ଦୋକାନୀଙ୍କ ଗଳିତ ଶବ ଉଦ୍ଧାର

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ମାଣ୍ଡିଆପଦର ସାହିର ସନତ୍ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ଶବ ବନ୍ଦ ଘରୁ ପୋଲିସ ଉଦ୍ଧାର କରିଛି। ଏହି ଘଟଣା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁଚନା ଅନୁଯାୟୀ ମୃତ ସନତ୍ ପରିବାର ଠାରୁ ଅଲଗା ହୋଇ ଏକୁଟିଆ ଉକ୍ତ ଘରେ ରହୁଥିଲା। କିନ୍ତୁ ୪ ଦିନ ହେଲା ସେ ଘର କବାଟ ଖୋଲା ନହେବାରୁ ସାହି ପଡିଶା ଲୋକମାନେ ପରିବାର ଲୋକଙ୍କୁ ଖବର କରିଥିଲେ। ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ଘର କବାଟ ଭାଙ୍ଗି ଭିତରକୁ ଯାଇ ଦେଖିଲା ବେଳକୁ ସନତର ମୃତ ଦେହ ପଡ଼ିରହିଛି। ପୋଲିସ ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article