ଖୋର୍ଦ୍ଧା:ରମଜାନ ମାସର ଘୋର ତପସ୍ୟା ପରେ ପାଳନ କରାଯାଏ, ଇଦୁଲ ଫିତର । ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ମସଜିଦ,ମନ୍ଦିର,ଚର୍ଚ୍ଚ ଏବଂ ଗୁରୁଦ୍ବାରାରେ ସାମୂହିକ ଉପାସନା ଓ ପୂଜାପାଠକୁ ବାରଣ କରାଯାଇ ଥିଲା । କିନ୍ତୁ ଏବର୍ଷ ସବୁ ପର୍ବପର୍ବାଣୀ ହର୍ଷ ଉଲ୍ଲାସର ସହ ପାଳନ କରା ଯାଇଛି । ସେହିଭଳି ମୁସଲମାନ ଭାଇ ଭଣୀମାନେ ମସଜିଦ ଓ ଇଦଗାହରେ ଇଦୁଲ ଫିତର ନମାଜ ପାଠ କରିଥିବାର ଦେଖା ଯାଇଛି ।
ଖୋର୍ଦ୍ଧା ଉପକଣ୍ଠ କେରଙ୍ଗ ଗ୍ରାମରେ ସକାଳ ୯:୦୦ ଘଟିକା ସମୟରେ ମୌଲାନା ମିର ଅବ୍ଦୁଲ ହଫିଜ ଇଦୁଲ ଫିତର ନମାଜ ପାଠ କରାଇ ଥିଲେ । ପ୍ରାୟ ୪୦୦୦ରୁ ଊର୍ଦ୍ଧ୍ବ ମୁସଲମାନ ମହିଳା ଓ ପୁରୁଷ ଏବଂ କୁନିକୁନି ପିଲାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ନମାଜ ପାଠ ପରେ ମୌଲାନା ସାହେବ ଭାଇଚାର, ବିଶ୍ବଶାନ୍ତି ତଥା ଗରିବ ଓ ଅସହାୟମାନଙ୍କ ସହ ସାହାଯ୍ୟ ଓ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ । ପରିଶେଷରେ ବିଶ୍ବଶାନ୍ତି ସ୍ଥାପନା ପାଇଁ ପ୍ରାର୍ଥନା କରାଯାଇ ଥିଲା ।
*ସାହାଯ୍ୟ ଓ ସହଯୋଗର ପର୍ବ ଇଦୁଲ ଫିତର ପାଳିତ* – Fast News Network

Comment