ଭୁବନେଶ୍ୱର: ରାଜଧାନୀରେ ଜମି ମାଫିଆ ଓ ଦଲାଲଙ୍କ ଗୁଣ୍ଡାଗିରି ଦିନକୁ ଦିନ ବଢ଼ି ଚାଲିଛି। ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଜମି କବ୍ଜା କରୁଛନ୍ତି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ଜଣେ ଜମି ମାଲିକଙ୍କୁ ଜମି ମାଫିଆମାନେ ଉଠାଇ ନେବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ସାଦା କାଗଜରେ ଦସ୍ତଖତ କରିଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରୁ ନ ଥିବାରୁ ସେମାନେ ଧମକ ଦେଉଛନ୍ତି। ଫଳରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜମି ମାଲିକ ଶିବ ପ୍ରସାଦ ସାମଲ କହିବା ସହ ସୁରକ୍ଷା ଲୋଡ଼ିଛନ୍ତି।
ପୁରୀ ବାଇପାସ୍ର ପାଣ୍ଡରା ଅଞ୍ଚଳରେ ଶିବ ପ୍ରସାଦଙ୍କର ଏକ ଜମି ରହିଛି। ଏହା ନିକଟରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଜାଗା ରହିଛି। ଉକ୍ତ ବ୍ୟକ୍ତିଙ୍କ ଜମିକୁ ରାସ୍ତା ନ ଥିବାରୁ ଶିବ ପ୍ରସାଦଙ୍କୁ ଜମି ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି। କିନ୍ତୁ ଜମି କବ୍ଜା ପାଇଁ ସେ କେତେଜଣ ଜମି ମାଫିଅ ଓ ଦଲାଲଙ୍କୁ ଲଗାଇଛନ୍ତି। ସେପ୍ଟେମ୍ବର ୨୨ରେ ଜମି ଦଲାଲମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକିଥିଲେ। ସର୍ତ୍ତରେ ରାଜି ନ ହେବାରୁ ସେମାନେ ଶିବ ପ୍ରସାଦଙ୍କୁ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ। ଏହାପରେ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ପିଟି ରକ୍ତାକ୍ତ କରିଦେଇଥିଲେ। ଏହି ସମୟରେ ଏକ ସାଦା କୋର୍ଟ ପେପରରେ ତାଙ୍କର ଦସ୍ତଖତ ନେଇଯାଇଥିଲେ। ଏଥିସହ ନାନା ଧମକ ଦେଇ ଘଟଣା ସଂକ୍ରାନ୍ତରେ କାହାକୁ କହିଲେ ୟାଠାରୁ ଭୟଙ୍କର ପରିସ୍ଥିତି ହେବ ବୋଲି କହି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରି ଘରେ ଛାଡ଼ିଥିଲେ। ଶିବ ସୁସ୍ଥ ହେବାପରେ ସେହିମାସ ୨୬ ତାରିଖରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୧୨/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୨ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନି। ଏ ନେଇ ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ କହିଛନ୍ତି, ଅଭିଯୋଗକାରୀଙ୍କୁ ପୋଲିସ ସମସ୍ତ ସୁରକ୍ଷା ଦେଉଛି। ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କ ଉପରେ ନଜର ରଖାଯାଇଛି। ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।
ରାଜଧାନୀରେ ଜମି ମାଫିଆଙ୍କ ଗୁଣ୍ଡାରାଜ
1 Comment
1 Comment

Whenn I originlly commented I see too hage cllicked tthe -Notif
mee when new cmments aree added- checkkbox annd from noww oon each tike a comment is added I rreceive four emails witfh tthe xact same comment.
Theere hhas too be an ewsy methold yyou aree able tto remove
me frlm that service? Cheers! xnxx