ଭଦ୍ରକ: ଆଦାନି ଧାମରା ପୋର୍ଟ ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଅଗ୍ନିଶମ ସୁରକ୍ଷା ବାହିନୀରେ କାର୍ଯ୍ୟ କରି ପ୍ରାଣତ୍ୟାଗ କରିଥିବା ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ପୋର୍ଟ ମୁଖ୍ୟ ପରିଚାଳନା ଅଧିକାରୀ ସୁଦୀପ ଦାସଗୁପ୍ତା ଶହୀଦମାନଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ୭୮ତମ ଜାତୀୟ ଅଗ୍ନିଶମ ସେବା ସପ୍ତାହର ବିଷୟବସ୍ତୁ ରହିଥିବା ‘ଅଗ୍ନି ସୁରକ୍ଷା ଶିଖନ୍ତୁ, ଉତ୍ପାଦକତା ବୃଦ୍ଧି କରନ୍ତୁ’ ଉପରେ ବକ୍ତବ୍ୟ ରଖିଥିଲେ । ଅଗ୍ନିସେବାରେ ଆଧୁନିକ କୌଶଳ ପ୍ରୟୋଗ ଦ୍ୱାରା କିଭଳି ଭାବରେ ପୂର୍ବ ସୂଚନା ପ୍ରାପ୍ତ କରି ସ୍ୱୟଂ ଚାଳିତ ଉପାୟରେ ଅଗ୍ନି ନିର୍ବାପନ ତଥା ଧନଜୀବନ ରକ୍ଷା ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । ଆଦାନି ଧାମରା ପୋର୍ଟ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର ତାଙ୍କ ବକ୍ତବ୍ୟରେ କିଭଳି ଭାବରେ ଅଗ୍ନି ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେ ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବନ୍ଦର ସୁରକ୍ଷା ତଥା ଅଗ୍ନିଶମ ବାହିନୀର ମୁଖ୍ୟ ସୁବ୍ରତ କୁମାର ମଣ୍ଡଳ ପରିଚଳନା କରିବା ସହିତ ସାପ୍ତାହିକ କାର୍ଯ୍ୟସୂଚୀ ବିଷୟରେ ଅବଗତ କରିବା ସହ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଦାନି ଧାମରା ପୋର୍ଟ ପକ୍ଷରୁ ଅଗ୍ନିଶମ ସେବା ସପ୍ତାହ ପାଳିତ

You Might Also Like
- Advertisement -
Comment