ଛତିଶଗଡରେ ବିଜେପିର ଗଡ ଭାଙ୍ଗିବା ପରେ ବିଜେଡି ଶିବିରରେ ଉଲ୍ଲାସ !

Odisha Hot News
1 Min Read


ଭୁବନେଶ୍ୱର: ଛତିଶଗଡରେ ଟେକିଲା ହାତ ପଡିଲା ପଦ୍ମ । ଆଉ ଉଭେଇଗଲା ରମଣସିଂଙ୍କ ସବୁ ସ୍ୱପ୍ନ । ତେବେ ବିଜେପି ଗଡ ବୋଲାଉଥିବା ଛତିଶଗଡରେ ପଦ୍ମ ର ଶାସନ ନୁହେଁ ଏଣିକି ହାତ କରିବ ଶାସନ । ଛତିଶଗଡରେ ୧୫ ବର୍ଷ ହେବ ରମଣ ସିଂ ଶାସନର ଅଧପତନ ହୋଇଥିବାବେଳେ କଂଗ୍ରେସ ଏହାକୁ କବଜା କରି ନେଇଛି । ଯାହାକୁ ନେଇ ବିଜେଡି ଶିବିରରେ ଉଲ୍ଲାସର ପର୍ବ ଦେଖିବାକୁ ମିଳିଛି । ମହାନଦୀ ଜଳ ବିବାଦରେ ରାଜ୍ୟକୁ କାଠଗଡାରେ ଛିଡା କରାଇଥିବା ରମଣ ସିଂକୁ ତୀବ୍ର ନିନ୍ଦା କରିଛି ବିଜେଡି । ଏହାସହ ଦୀର୍ଘଦିନର ଜଳବିବାଦ ଖୁବଶିଘ୍ର ସମାଧାନ ହେବାନେଇ ଦଳ ଆଶା ରଖିଛି । ସେପଟେ ବିଜେପିର ହାରକୁ ନେଇ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ,ବିଜେପିର ପରାଜୟ ଓଡିଶା ଉପରେ ପ୍ରଭାବ ପଡିବ । ଅନ୍ୟପଟେ ଯେହେତୁ ଓଡିଶା ପଶ୍ଚିମାଞ୍ଚଳର କେତୋଟି ଜିଲ୍ଲା ଛତିଶଗଡ ସୀମାନ୍ତରେ ରହିଛି , ତେଣୁ ଏହାର ପ୍ରଭାବ ପଡିବ ବୋଲି କୁହାଯାଉଛି । ତେବେ ରମଣ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାର ୧୫ ବର୍ଷହେବ ମହାନଦୀ ଜଳକୁ ବାଡବାନ୍ଧି ରଖିଆସୁଥିଲେ । ଯାହାର ଅନ୍ତ ଘଟେଇଲା କଂଗ୍ରେସ । ଏଣିକି ଆଉ ମହାନଦୀ ଜଳକୁ ରମଣ ସିଂ ବାଡ ବାନ୍ଧି ରଖିପାରିବେ ନାହିଁ । ଅନ୍ୟପଟେ ପ୍ରସନ୍ନ ଙ୍କ କଥାରୁ ଲାଗୁଥିଲା କି ,ବିଜେପିର ପରାଜୟ ପରୋକ୍ଷରେ ବିଜେଡିର ନିରଙ୍କୁଶ ଶାସନର ପୂର୍ବଭାଷ ଦେଉଛି ।

Share This Article
Leave a comment